ବସ୍‌ ମାଲିକଙ୍କ ପାଇଁ ‘ବଳିଆ ଯୋଜନା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ବସ୍‌ ମାଲିକଙ୍କ ପାଇଁ ‘ବଳିଆ ଯୋଜନା’!

bus1

ଜୟପୁର( ଓଡ଼ିଶା ରିପୋର୍ଟର): ଚିଠି ଆସିଥିଲା ଚାଷୀଙ୍କୁ ନେଇ ପୁରୀ ଯିବାକୁ। ସେଠାରେ ଆସନ୍ତାକାଲି ‘କାଳିଆ ଯୋଜନା’ ପାଇଁ କୃଷକ ସମାବେଶ ଅନୁଷ୍ଠିତ ହେବ। ତେବେ ଏଥିପାଇଁ ଯେତିକି ଭଡ଼ା ଦିଆଯିବାକୁ କୁହାଯାଇଥିଲା, ତାହା ବସ୍ ମାଲିକମାନଙ୍କ ମନକୁ ପାଇଲା ନାହିଁ। ସେମାନେ ଭଡ଼ା ବଢ଼ାଇବା ପାଇଁ ଦାବି କଲେ। କିନ୍ତୁ ପ୍ରଶାସନ ଶୁଣିଲାନି। ତେଣୁ ଆଜି ସବୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଏ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଜୟପୁରରେ।

ପୁରୀ ଯିବା ପାଇଁ ବସ୍ ପିଛା ୨୮ ଶହ ଟଙ୍କା ଦିଆଯିବ ବୋଲି ପ୍ରଶାସନ କହିଥିଲା। ତେବେ ଜୟପୁର ବସ୍ ମାଲିକ ସଂଘ ଏହାକୁ ମାନିଲାନି। ସଂଘ କହିଲା କିଲୋମିଟର ପିଛା ୫୦ ଟଙ୍କା ଦେଲେ ସବୁ ବସ୍ ପୁରୀ ଯିବେ। କିନ୍ତୁ ପ୍ରଶାସନ ଏଥିରେ ରାଜି ନ ହେବାରୁ ସଂଘ ଆଜି ଜୟପୁରରେ ବସ୍ ଚଳାଚଳ ବନ୍ଦ କରିଦେଲା। ଆଜି ଅପରାହ୍ନ ଦୁଇଟାରେ ଘରୋଇ ବସ୍‌ଗୁଡ଼ିକରେ ଚାଷୀମାନେ ପୁରୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା।

ଜଣେ ବସ୍‌ ମାଲିକ କହିଛନ୍ତି,“ଜୟପୁରରୁ ଚାଷୀଙ୍କୁ ପୁରୀ ନେବା ପାଇଁ ପ୍ରଶାସନ ବସ୍ ପିଛା ୨୮ ଶହ ଟଙ୍କା ଦେବାକୁ ସ୍ଥିର କରିଥିଲା। ହେଲେ ଏହି କଥା ବସ୍‌ ମାଲିକମାନଙ୍କୁ ପ୍ରଶାସନ ଜଣାଇ ନଥିଲା। ଜୟପୁରରୁ ଚାଷୀମାନେ ପୁରୀ ଯିବାକୁ ବାଧ୍ୟ ବୋଲି ହଠାତ୍‌ ଏକ ରିକ୍ୟୁଜିସନ୍ ଦେଇ ଦେଲେ। ଆମକୁ ଏହି ଦର ପୋଷାଉନି ବୋଲି ପ୍ରଶାସନକୁ ଜଣାଇଥିଲୁ। କିଲୋମିଟର ପିଛା ୫୦ ଟଙ୍କା ଦିଅ ବୋଲି ଆମେ ଦାବି କରିଥିଲୁ। ହେଲେ ସେମାନେ ମନା କଲେ।”

ସେ ଆହୁରି କହିଛନ୍ତି,“ ଯାତ୍ରୀମାନଙ୍କୁ ହଇରାଣ କରିବା ବସ୍‌ ମାଲିକମାନଙ୍କର ଉଦ୍ଦେଶ୍ୟ ନୁହେଁ। ଯାତ୍ରୀମାନଙ୍କୁ ପ୍ରଶାସନ ହଇରାଣ କରୁଛନ୍ତି। ସରକାର ଚାଷୀମାନଙ୍କ ପାଇଁ କାଳିଆ ଯୋଜନା କଲେ, ହେଲେ ବସ୍‌ ମାଲିକଙ୍କ ପାଇଁ କୌଣସି ଯୋଜନା କରିନାହାନ୍ତି। ବସ୍‌ ମାଲିକଙ୍କ ପାଇଁ ବଳିଆ ଯୋଜନା କରନ୍ତୁ।”



from Odisha Reporter http://bit.ly/2WhwV5p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages