
ମେଲବର୍ଣ୍ଣ: ସ୍ପେନ୍ ତାରକା ତଥା ବିଶ୍ୱର ଦୁଇ ନଂ ଟେନିସ୍ ଖେଳାଳି ରାଫେଲ ନାଡାଲ୍ ଅଷ୍ଟ୍ରେଲିଆ ଓପନ୍ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ଆମେରିକାର ଫ୍ରାନସିସ୍ ତିଆଫୋଇଙ୍କୁ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ୬-୩,୬-୪ ଓ ୬-୨ ସେଟ୍ରେ ପରାସ୍ତ କରି ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିଛନ୍ତି।
ତେବେ ଏହି ବିଜୟ ସହ ନାଡାଲ ୪ର୍ଥ ଟେନିସ୍ ଖେଳାଳି ଭାବେ ୩୦ଟି ଗ୍ରାଣ୍ଡସ୍ଲାମ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୩୨ ବର୍ଷୀୟ ନାଡାଲଙ୍କ ପୂର୍ବରୁ ରୋଜର ଫେଡରର୍ ୪୩ ଥର, ନୋଭାକ ଜୋକଭିଚ୍ ୩୩ ଥର ଓ ଜିମ୍ମି କୋନ୍ନର୍ସ ୩୧ ଥର କୌଣସି ଗ୍ରାଣ୍ଡସ୍ଲାମର ସେମି ଫାଇନାଲ୍ ଖେଳିଛନ୍ତି। ଏବେ ଏହି ତାଲିକାରେ ନାଡାଲ ଯୋଡ଼ି ହୋଇଯାଇଛନ୍ତି।
ଅଷ୍ଟ୍ରେଲିଆ ଓପନ୍ ସେମି ଫାଇନାଲ୍ରେ ନାଡାଲଙ୍କ ମୁକାବିଲା ଗ୍ରୀସର ଉଦୀୟମାନ ତାରକା ଷ୍ଟିଫାନୋ ସିତିପାସଙ୍କ ସହ ହେବ। ସିତିପାସ ତୃତୀୟ ରାଉଣ୍ଡରେ ଷ୍ଟାର ଟେନିସ୍ ତାରକା ରୋଜର ଫେଡରର୍ଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଛନ୍ତି।
from Odisha Reporter http://bit.ly/2R6n7Yh
No comments:
Post a Comment