ସ୍ୱାଭିମାନୀ କୁଡୁମୀ ରାଜଜେମା ଟୁସୁମୁନିର କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ସ୍ୱାଭିମାନୀ କୁଡୁମୀ ରାଜଜେମା ଟୁସୁମୁନିର କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ପାଳିତ ହୋଇଯାଇଛି ହିନ୍ଦୁ ଧର୍ମର ମହାନ୍‌ ପର୍ବ ମକର ସଂକ୍ରାନ୍ତି। ଏହିଦିନ ସୂର୍ଯ୍ୟଙ୍କ ଗତି ବଦଳୁଥିବାରୁ ଆମେ ଭାରତୀୟମାନେ ବିଭିନ୍ନ ଢଙ୍ଗରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥାଉ। ଆଦିବାସୀମାନଙ୍କ ପାଇଁ ମଧ୍ୟ ଏହି ଦିନର ରହିଛି ସ୍ୱତନ୍ତ୍ର ମର୍ଯ୍ୟାଦା। ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପ୍ରଥା ମଧ୍ୟ ରହିଛି।

ହେଲେ ଜାଣିଛନ୍ତି, କୁଡୁମୀ ସମ୍ପ୍ରଦାୟ ମକର ସଂକ୍ରାନ୍ତିକୁ ଟିକେ ନିଆରା ଢଙ୍ଗରେ ପାଳିଥାଏ। ବିଶେଷ କରି ଏହି ସମ୍ପ୍ରଦାୟର କୁଆଁରୀ ଝିଅମାନେ ଏହାକୁ ‘ଟୁସୁ’ ପର୍ବ ଭାବେ ପାଳିଥାନ୍ତି।

ଜାଣିଛନ୍ତି, କ’ଣ ଏହି ‘ଟୁସୁ’ ? କ’ଣ ପାଇଁ ପାଳନ ହୁଏ ଏମିତି ପର୍ବ।

ଆସନ୍ତୁ ଜାଣିବା ଏହି ପର୍ବ ପଛରେ କ’ଣ ରହିଛି କାହାଣୀ।

ଟୁସୁମୁନୀ। କୁଡ଼ୁମୀ ରାଜଜେମା। ଦେଖିବାକୁ ଯେମିତି, ଗୁଣ ବି ସେମିତି। ଅପୂର୍ବ ସୁନ୍ଦରୀ ରାଜକୁମାରୀ ଟୁସୁମୁନିକୁ ଯିଏ ଦେଖିବ ତା ଆଖି ଲାଖିଯିବ। ହେଲେ ଏହି ସୁନ୍ଦରୀ ଝିଅଟି ଉପରେ ନଜର ପଡେ ତତ୍କାଳୀନ ଜଣେ ମୋଗଲ ରାଜାଙ୍କର। ରାଜ ଅଡ଼ି ବସନ୍ତି ଟୁସୁମୁନିଙ୍କୁ ନେଇଯିବାକୁ । ହେଲେ ଟୁସୁମୁନି ରାଜି ହୁଅନ୍ତିନି ତାଙ୍କ ପ୍ରସ୍ତାବରେ।  ମତିଭ୍ରଷ୍ଟ ମୋଗଲ ଶାସକ ତାଙ୍କୁ ପାଇବା ପାଇଁ ବ୍ୟଗ୍ର ହୋଇ ଉଠନ୍ତି। ଆଉ ଟୁସୁମୁନୀଙ୍କୁ ଅପହରଣ କରି ଆଣିବାକୁ ନିର୍ଦ୍ଦେଶ ଦିଅନ୍ତି। ଟୁସୁମୁନୀ ସେହି ରାଜାଙ୍କ ଲୋଲୁପ ଦୃଷ୍ଟିରୁ ନିଜର ସତୀତ୍ୱ ରକ୍ଷା କରିବାକୁ ଯାଇ ନଦୀରେ ଆତ୍ମ ବିସର୍ଜନ କରନ୍ତି।

ଏମିତି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି “ଟସୁ ପର୍ବ”।

ଏଣୁ ଏହି ଦିବସରେ କୁଡ଼ୁମୀ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ଟୁସୁମୁନୀଙ୍କ ମୂର୍ତ୍ତି ନିର୍ମାଣ କରି ପୂଜା କରିବା ସହ ଶେଷଦିନ ଅର୍ଥତ୍‌ ମକର ସଂକ୍ରାନ୍ତିରେ ନିକଟବର୍ତ୍ତି ଜଳାଶୟରେ ଏହାଙ୍କ ବିସର୍ଜନ କରିଥାନ୍ତି। ଟୁସୁଙ୍କ ତ୍ୟାଗ ଓ ସ୍ୱାଭୀମାନକୁ ପୂଜା କରେ କୁଡୁମୀ ସମ୍ପ୍ରଦାୟ। ବିଧି ଅନୁସାରେ କେବଳ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ଦଳବଦ୍ଧ ଭାବେ ଟିସୁ ପର୍ବ ପାଳନ କରିଥାନ୍ତି । ପ୍ରତି ଦଳରେ ୪ରୁ ଅଧିକ କୁମାରୀ କନ୍ୟାମାନେ ଯୋଗ ଦେଇ ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଜଣଙ୍କ ଘରେ ନୂଆ ଖଟୁଲିରେ ଟୁସୁ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରିଥାନ୍ତି । ଆଦିବାସୀ  ପାରମ୍ପରିକ ସଙ୍ଗୀତ ଗାନ କରିଥାନ୍ତି ।

ଏହି ପର୍ବ ଓଡିଶାର ଆଦିବାସୀ ବହୂଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଦେଖିବାକୁ ମିଳେ। ମୟୂରଭଞ୍ଜର ପଳାସିଆ, ଯଶିପୁର, ରାମତୀର୍ଥ, କୋଷ୍ଠା, ବହଳଦା, କେନ୍ଦୁଝର ଜିଲାର ଯୋଡ଼ା, ବଡବିଲ ଆଦି ଅଞ୍ଚଳରେ ଟୁସୁ ମେଳା ବା ଟୁସୁ ପର୍ବ ଆୟୋଜିତ ହୋଇଥାଏ ।



from Odisha Reporter http://bit.ly/2DiHlua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages