ପ୍ରଥମ ଭାରତୀୟ ଭାବେ ଶାମି କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ପ୍ରଥମ ଭାରତୀୟ ଭାବେ ଶାମି କଲେ ଏହି ରେକର୍ଡ

ନାପିଅର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ‘ବେଙ୍ଗଲ ଟାଇଗର’ ମହମ୍ମଦ ଶାମି ତାଙ୍କ କମାଲ ଦେଖାଇଛନ୍ତି। ସେ ମ୍ୟାଚ୍‌ରେ ୬ ଓଭର୍‌ ବୋଲିଂ କରି ମାତ୍ର ୧୯ ରନ୍‌ ଦେଇ ୩ଟି ମହତ୍ତ୍ୱପୂର୍ଣ୍ଣ ୱିକେଟ୍‌ ଦଖଲ କରିଛନ୍ତି। ଏହି ୩ଟି ୱିକେଟ୍‌ ସହ ଶାମି ତାଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର୍‌ର ୧୦୦ତମ ୱିକେଟ୍‌ ଦଖଲ କରିଛନ୍ତି।

ତେବେ ସବୁଠାରୁ କମ୍‌ ଇନିଂସରେ ୧୦୦ତମ ୱିକେଟ୍‌ ଦଖଲ କରିବାରେ ସେ ଅନ୍ୟ ସସମ୍ତ ଭାରତୀୟଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବରୁ ଏହି ରେକର୍ଡ ଇରଫାନ୍‌ ପଠାନଙ୍କ ନାଁରେ ରହିଥିଲା। ସେ ୫୯ଟି ମ୍ୟାଚ୍‌ରେ ୧୦୦ଟି ୱିକେଟ୍‌ ନେଇଥିଲେ। ତେବେ ଶାମି ୫୬ଟି ମ୍ୟାଚ୍‌ରେ ୧୦୦ ଟି ୱିକେଟ ନେଇଛନ୍ତି। ଏହି ଦୁଇ ଖେଳାଳିଙ୍କ ପଛକୁ ଜାହିର ଖାନ୍‌(୬୫), ଅଜିତ ଅଗରକର(୬୭) ଓ ଜଭାଗଲ ଶ୍ରୀନାଥ(୬୮)ଟି ଦିନିକିଆ ମ୍ୟାଚ୍‌ରେ ୧୦୦ତମ ୱିକେଟ୍‌ ଦଖଲ କରିଥିଲେ।

ସେହିପରି ଶାମି ବିଶ୍ୱର ୬ଷ୍ଠ ଖେଳାଳି ଭାବେ ଏଭଳି ୫୬ଟି ଦିନିକିଆରେ ମ୍ୟାଚ୍‌ରେ ୧୦୦ ୱିକେଟ୍‌ ଦଖଲ କରିଛନ୍ତି। ପୂର୍ବରୁ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ୫୬ଟି ଦିନିକିଆରେ ୧୦୦ଟି ୱିକେଟ୍‌ ନେଇଥିଲେ। ତେବେ ସବୁଠାରୁ କମ୍‌ ମ୍ୟାଚ୍‌ରେ ୧୦୦ଟି ୱିକେଟ୍‌ ନେଇଥିବା ତାଲିକାର ୧ ନଂରେ ଆଫ୍‌ଗାନିସ୍ତାନର ରଶିଦ ଖାନ୍‌ ରହିଛନ୍ତି। ସେ ମାତ୍ର ୪୪ଟି ମ୍ୟାଚ୍‌ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ। ତାଙ୍କ ପଛକୁ ମିଚେଲ ଷ୍ଟାର୍କ(୫୨), ସାକିଲ ମୁସ୍ତାକ(୫୩), ଶେନ୍‌ ବଣ୍ଡ(୫୪) ଓ ବ୍ରେଟ୍‌ ଲି (୫୫) ରହିଛନ୍ତି।



from Odisha Reporter http://bit.ly/2DsSwka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages