ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ଇଣ୍ଡୋର ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ଇଣ୍ଡୋର ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ବାଇପାସର ଫାଇଲ ଦିଲ୍ଲୀରେ ଅଟକି ନାହିଁ । ରାଜ୍ୟ ସରକାରଙ୍କ ତଥ୍ୟଗତ ବିସଙ୍ଗତି ପାଇଁ ଭାରତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସତ୍ତ୍ୱେ କାର୍ଯ୍ୟ ଆଗେଇ ପାରୁନାହିଁ । ଯେଉଁଦିନ ରାଜ୍ୟ ସରକାର ଏ ସମ୍ପର୍କୀତ ନଥିପତ୍ର ସଠିକ୍ ଭାବରେ ପ୍ରଦାନ କରିବେ ତା ପରଦିନ ସେଠାରେ କାମ ଆରମ୍ଭ ହେବାର ଦାୟିତ୍ୱ ସେ ନେବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ବାଇପାସ ସମ୍ପର୍କରେ ଜମି ଅଧିଗ୍ରହଣକୁ ନେଇ ବେଞ୍ଚମାର୍କ ମୂଲ୍ୟ ଓ ରେଜଷ୍ଟ୍ରେସନ୍ ମୂଲ୍ୟ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି। ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହି କାମ ଆଗକୁ ଯାଇପାରି ନାହିଁ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରର ଦେଓଗାଁ ପରି ନୟାଗଡ଼, ବଡ଼ମ୍ବା, ଆସ୍କାର ସୁଗାର ମିଲ ଗୁଡ଼ିକୁ ଭାରତ ସରକାର ଇଥାନଲ୍ ଉତ୍ପାଦନ ପାଇଁ ସହଯୋଗ ହାତ ବଢ଼ାଇଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ତାଙ୍କ ନାଁ ଶୁଣିଲେ ରାଜ୍ୟ ସରକାରଙ୍କ ନାହି ଡେଉଁଛି। ଯେଉଁଥିପାଇଁ ପରିଦର୍ଶନ କରିବାକୁ ଆସିଥିବା ଭାରତ ସରକାରଙ୍କ ଅଧିକାରୀଙ୍କୁ ଫେରାଇ ଦେଉଛନ୍ତି। ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ସେ କହିଥିଲେ।

ଆଜି ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ଇଣ୍ଡୋର ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଣଦେଖା ଯୋଗୁ ଏହି ଷ୍ଟାଡିୟମର କାମ ହୋଇପାରିନଥିଲା। ନହେଲେ ଆଜି ଏହାର ଉଦଘାଟନ ହୋଇଥାନ୍ତା। ବଣମଲ୍ଲୀ ବଣରେ ଆଉ ରହିବ ନାହିଁ। ଆଜିଠାରୁ କାମ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମ ସମ୍ପୂର୍ଣ୍ଣ ହେବା ପରେ ଜାତୀୟ ସ୍ତରର ବ୍ୟାଡମିଣ୍ଟନ ପ୍ରତିଯୋଗିତା କରାଯାଇ ଏହାର ଲୋକାର୍ପଣ କରାଯିବ ବୋଲି ସେ କହିଥିଲେ।

ଏହି ଷ୍ଟାଡିୟମର କାମ ଏକ ବର୍ଷ ଭିତରେ ସରିବ ଓ ଯୁବଶକ୍ତିକୁ ନୂଆ ଦିଗ ଦେବାରେ ଏକ ମାଇଲ ଖୁଣ୍ଟ ହେବ। ଅଲମ୍ପିକରେ ସ୍ଥାନ ପାଇଥିବା ସମସ୍ତ ଓଡ଼ିଆ ଖେଳାଳି ସାଧାରଣ ଘରର ପିଲା। ସେମାନଙ୍କର ଚେଷ୍ଟା ବଳରେ ସେମାନେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗେଲ୍ ଇଣ୍ଡିଆ ସହାୟତାରେ ଆଜି ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମଟି ବଲାଙ୍ଗୀରବାସୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2Rr4WRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages