
କଟକ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନିକିତାଙ୍କ ବାପା ସନାତନ ବେହେରା।
କେବଳ ସେତିକି ନୁହେଁ, ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଲିପନ ସାହୁ, ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
ପୁଲିସ୍ ଆଇପିସିର ଧାରା ୩୦୨, ୪୯୮(ଏ), ୩୦୬ ଓ ୩୪ରେ ମାମଲା ରୁଜୁ କରିଛି। ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖାଯାଇଛି।
ନିକିତାଙ୍କ ବାପା ଅଭିଯୋଗ କରି କହିଛନ୍ତି, ଶାଶୂ ଘର ଲୋକଙ୍କ ସହ ନିକିତାଙ୍କର ମନୋମାଳିନ୍ୟ ଥିଲା। ତାଙ୍କୁ ବୁଝାଇବାକୁ ଲିପନ୍ ଆସିଥିଲେ। ଦୁହେଁ ଛାତ ଉପରକୁ ଯାଇଥିଲେ। ଲିପନ ଛାତ ଉପରୁ ଝିଅକୁ ଠେଲି ଦେଇଥିଲେ।
ସୂଚନାଯୋଗ୍ୟ, ନିକିତାଙ୍କ ଶାଶୂ ଘର କଟକ ଗୋପାଳପୁରରେ ହୋଇଥିବା ବେଳେ ସେ ଅଧିକାଂଶ ସମୟ ମହାନଦୀ ବିହାର ସ୍ଥିତ ତାଙ୍କ ବାପ ଘରେ ରହୁଥିଲେ ବୋଲି କୁହାଯାଉଛି।
ଶୁକ୍ରବାର ରାତିରେ ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍କୁ ନେଇଥିଲେ। ଶନିବାର ସେଠାରେ ନିକିତାଙ୍କ ମତ୍ୟୁ ହୋଇଥିଲା।
from Odisha Reporter http://bit.ly/2Tz0n50
No comments:
Post a Comment