
ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ରିଜର୍ଭ ଫରେଷ୍ଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଗୁଏଲଭାଡ଼ି ଗାଁର ଟ୍ରାକ୍ଟର ଡ୍ରାଇଭର ଜୟବିଶି ମାଝି ବୋଲି ଜଣାପଡ଼ିଛି।
ଗତ ୨୬ ତାରିଖରୁ ଜୟବିଶି ନିଖୋଜ ଥିବା ନେଇ ବଡ଼ମାଲ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିଲା। ଗତକାଲି ତାଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ବଡ଼ମାଲ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2SgyMs0
No comments:
Post a Comment