ସିଡ୍‌ନୀ ଗ୍ରାଉଣ୍ଡରେ ନାଚିଲା ଟିମ୍ ଇଣ୍ଡିଆ; କିଏ ନାଚି ପାରିଲେନି ଭିଡିଓରେ ଦେଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ସିଡ୍‌ନୀ ଗ୍ରାଉଣ୍ଡରେ ନାଚିଲା ଟିମ୍ ଇଣ୍ଡିଆ; କିଏ ନାଚି ପାରିଲେନି ଭିଡିଓରେ ଦେଖନ୍ତୁ

teamindia

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଆଜି ଭାରତକୁ ମିଳିଛି ଐତିହାସିକ ବିଜୟ। ପ୍ରଥମ ଥର ପାଇଁ ଭାରତ ଏଠାରେ ଜିତିଛି ଟେଷ୍ଟ୍ ସିରିଜ୍‌। ସିଡ୍‌ନୀରେ ଖେଳା ଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଡ୍ର’ ହୋଇଯିବା ପରେ ଭାରତ ସିରିଜ୍ ବିଜୟୀ ହୋଇଥିଲା। କାରଣ ଭାରତ ପ୍ରଥମ ଓ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜିତି ଏହି ସିରିଜ୍‌ରେ ଆଗୁଆ ରହିଥିଲା।

ବିରାଟ କୋହିଲଙ୍କ ନେତୃତ୍ୱାଧୀନ ଟିମ୍‌ ପାଇଁ ଆଜିର ଦିନଟି ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ପୂର୍ବରୁ କୌଣସି ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଏହି ସଫଳତା ମିଳି ନଥିଲା। ଏହି ଖୁସିକୁ ଖେଳାଳିମାନେ ସିଡ୍‌ନୀ ଗ୍ରାଉଣ୍ଡରେ ଜାହିର ମଧ୍ୟ କରିଥିଲେ। ସମସ୍ତେ ଖୁସିରେ ପଡ଼ିଆରେ ନାଚି ଥିଲେ।

ଏ ନାଚ ଆଇଡିଆ ଥିଲା ୱିକେଟ୍ କିପର ଋଷଭ ପନ୍ତଙ୍କର। ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ କୋହଲି ଏ କଥା କହିଥିଲେ।

pujaraବିରାଟ କହିଥିଲେ,“ଋଷଭ କହିବା ପରେ ସମସ୍ତେ ନାଚିଥିଲେ। ସେ କହିଥିଲେ ଖୁବ୍ ସହଜରେ ଏହା ହୋଇପାରିବ। ତାଙ୍କ କହିବା ଅନୁଯାୟୀ ଆମେ ଆରମ୍ଭ କରିଥିଲୁ। ଏହା ଖୁବ୍ ସହଜ ଥିଲେ ଓ ଆମେ ଉପଭୋଗ କରିଥିଲୁ। କିନ୍ତୁ ପୂଜାରା ଏତକ ବି କରିପାରିଲେନି। ଦେଖନ୍ତୁ ସେ କେତେ ସରଳ।”

ଭିଡିଓରେ ବି ତାହା ଦେଖିବାକୁ ମିଳିଛି। କୁଲ୍‌ଦୀପ ଯାଦବ ‘ଟେଷ୍ଟ୍ ବିଶେଷଜ୍ଞ’ ପୂଜରାଙ୍କୁ ଠେଲି ନଚାଇବାକୁ ଉତ୍ସାହିତ କରୁଥିବା ବେଳେ ଋଷଭ ପନ୍ତ ମଧ୍ୟ ତାଙ୍କ ହାତ ଧରି ନଚାଇବାକୁ ଚେଷ୍ଟା କରୁଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆର ଅଫିସିଆଲ୍ ୱେବ୍‌ସାଇଟ୍‌ cricket.com.au ଏହି ଭିଡିଓକୁ ଶେୟାର କରିଛି।



from Odisha Reporter http://bit.ly/2TvIm7n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages