ଏହି ଏଭିନେତ୍ରୀଙ୍କ ସ୍ୱାମୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଏହି ଏଭିନେତ୍ରୀଙ୍କ ସ୍ୱାମୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି !

voomi

ମୁମ୍ବାଇ: ଲୋକପ୍ରିୟ ଚାଟ୍‌ ଶୋ’ କଫି ଉଇଥ୍‌ କରଣ ସିଜିନ୍‌-୬ରେ ରବିବାର ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୂମି ପେଡ୍‌ନେକର। ଶୋ’ରେ ଦୁହେଁ ନିଜ ପ୍ରଫେସନାଲ୍‌ ଓ ପର୍ସନାଲ ଲାଇଫ୍‌ ବିଷୟରେ କଥା ହୋଇଥିଲେ। ଏହାସହ କରଣ ପଚାରିଥିବା ପ୍ରଶ୍ନର ମଜାଦାର ଉତ୍ତର ଦେଇ କାହାକୁ ଡେଟ୍‌ କରିବାକୁ ଚାହାଁନ୍ତି ସେ ବିଷୟରେ ବି ଜଣାଇଥିଲେ ଭୂମି।

କରଣ ରାଜକୁମାର ରାଓଙ୍କୁ କାହାକୁ ଡେଟ୍‌ କରିବାକୁ ଚାହିଁବେ ବୋଲି ପ୍ରଶ୍ନ କରିବାରୁ ସେ ଦୀପିକା ପାଦୁକୋନଙ୍କ ନାଁ ନେଇଥିଲେ। ସେ କହିଥିଲେ,  ଯଦି ଦୀପିକା ବିବାହ ନ କରିଥାନ୍ତେ ବା ତାଙ୍କର କେହି ପ୍ରେମିକ ନ ଥାନ୍ତେ, ତେବେ ମୁଁ ତାଙ୍କୁ ଡେଟ୍‌ କରିଥାନ୍ତି।

ଏହା ପରେ ଭୂମି ପେଡ୍‌ନେକରଙ୍କୁ କରନ୍‌ ପଚାରିଥିଲେ, ଯଦି ତୁମକୁ ସୁଯୋଗ ମିଳେ, ତେବେ କେଉଁ ଅଭିନେତ୍ରୀଙ୍କ ସ୍ୱାମୀ ବା ପ୍ରେମିକକୁ ଡେଟ୍‌ କରିବ । ଏହାର ଉତ୍ତର ରଖି ଭୂମି କହିଥିଲେ ସେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍‌ ଜୋନସଙ୍କୁ ଡେଟ୍‌ କରିବାକୁ ଚାହିଁବେ।

ଭୂମି ନିଜ ପ୍ରଥମ ଫିଲ୍ମ ଦ୍ୱାରା ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  କିନ୍ତୁ ଅଭିନେତ୍ରୀ ହେବାକୁ ସେ କୌଣସି ଔପଚାରିକ ପ୍ରଶିକ୍ଷଣ ନେଇ ନ ଥିଲେ।ବାସ୍ତବରେ ସେ ବଡ଼ ପରଦାରେ ଆସିବା ପୂର୍ବରୁ ଜଣେ କାଷ୍ଟିଂ ନିର୍ଦ୍ଦେଶକ ଥିଲେ। ଟକ୍‌ ଶୋ’ରେ ଭୂମି ଖୁଲାସା କରିଥିଲେ ଯେ,  ସେ ରଣବୀର ସିଂହ, ରାଜକୁମାର ରାଓ, ଦିଶା ପଟାନୀ ଓ ପରିଣିତି ଚୋପ୍ରାଙ୍କ ଭଳି କଳାକାରମାନଙ୍କର ଅଡିସନ୍‌ ନେଇଥିଲେ।

ସେ ପ୍ରାୟ ସମସ୍ତଙ୍କର ପ୍ରଶଂସା କରିଥିଲେ।  ହେଲେ ଅଡିସନ୍‌ ବେଳେ ଅଭିନେତ୍ରୀ ଦିଶା ପଟାନୀ କଞ୍ଚା ଲେମ୍ବୁ ଥିଲେ ବୋଲି ଦିଶା ହସିହସି କହିଥିଲେ।

କାମ କଥା କହିଲେ  ଭୂମି ଆଗକୁ ଫିଲ୍ମ ‘ସୋନେ ଚୈରିୟା’ରେ ନଜର ଆସିବେ। ଫିଲ୍ମଟି ମାର୍ଟ୍ଟା ୧ରେ ରିଲିଜ୍‌ ହେବ।

 



from Odisha Reporter http://bit.ly/2RTMt0J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages