
ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଜୟ ସୁନାନୀ। ସେ ଏକ କୋରିଅର କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ଘର ସହରର ଗୋଦାମପଡ଼ରେ।
ଭବାନୀପାଟଣାର ହିଲ୍ଟାଉନ୍ର ୭ ନମ୍ବର ଲେନ୍ର ଏକ କଣ୍ଟାବୁଦାରୁ ଅଜୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ଶରୀରେ ଏକାଧିକ କ୍ଷତ ଚିହ୍ନ ରହିଛି। ତାଙ୍କ ମୁହଁ ଓ ଛାତି କ୍ଷତାକ୍ତ ହୋଇଛି। ତାଙ୍କ ବାଇକ୍ ମଧ୍ୟ ସେହି ପାଖରେ ପଡ଼ିଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଥିଲା।
ଅଜୟଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
from Odisha Reporter http://bit.ly/2Fq92mn
No comments:
Post a Comment