ଗୋଟିଏ ବଲ୍‌ରେ ୬ ରନ୍‌ କରିବାର ଥିଲା, କିନ୍ତୁ ଗୋଟିଏ ବଲ୍‌ ପୂର୍ବରୁ ଜିତିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଗୋଟିଏ ବଲ୍‌ରେ ୬ ରନ୍‌ କରିବାର ଥିଲା, କିନ୍ତୁ ଗୋଟିଏ ବଲ୍‌ ପୂର୍ବରୁ ଜିତିଲେ

ପୁଣେ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। କିନ୍ତୁ କ୍ରିକେଟରେ ଅନେକ ଅସମ୍ଭବ ସମ୍ଭବ ହୋଇଥାଏ ବୋଲି ମଧ୍ୟ ମନେ ରଖିବାକୁ ହେବ। ମହାରାଷ୍ଟ୍ରର ଏକ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଏଭଳି ଘଟଣା ଘଟିଛି।

ବ୍ୟାଟିଂ କରୁଥିବା ଦଳକୁ ମ୍ୟାଚ୍‌ ଜିତିବା ପାଇଁ ଗୋଟିଏ ବଲ୍‌ରେ ୬ ରନ୍‌ ଦରକାର ଥିଲା। ଏହା ବ୍ୟାଟିଂ ଦଳ ପାଇଁ ନଶ୍ଚିତ ଅସମ୍ଭବ ପରି ମନେହେଉଥିଲା। ତେବେ ମ୍ୟାଚ୍‌ ସରିବା ବେଳକୁ ବ୍ୟାଟିଂ କରୁଥିବା ଟିମ୍‌ ପାଖରେ ଆହୁରି ଗୋଟିଏ ବଲ୍‌ ବାକି ରହିବା ସହ ଦଳ ବିଜୟ ଲାଭ କାରିଥିଲା। ଜାଣନ୍ତୁ କେମିତି।

ଆପଣ ଭାବୁଥିବେ ବୋଲର ଜଣଙ୍କ ନୋ ବଲ୍‌ ପକାଇଥିବେ ଏବଂ ବ୍ୟାଟସ୍‌ମ୍ୟାନ୍‌ ଜଣଙ୍କ ଏହାକୁ ଛକା ମାରି ଦେଇଥିବେ। ହେଲେ ଆପଣଙ୍କ ଅନୁମାନ ସଂପୂର୍ଣ୍ଣ ଭୁଲ। ବୋଲରଙ୍କ ଜଣଙ୍କ ଲଗାତାର ୬ଟି ୱାଇଡ୍‌ ବଲ୍‌ ପକାଇଥିଲେ।

ଦେଖନ୍ତୁ ଭିଡିଓ

୧୯୮୬ରେ ସାରଜା କପ୍‌ରେ ଜାଭେଦ ମିଆଁଦାଦ ଭାରତର ଚେତନ ଶର୍ମାଙ୍କୁ ଶେଷ ବଲ୍‌ରେ ଛକା ମାରିଥିଲେ। କିନ୍ତୁ ଆଜିର ଦୃଶ୍ୟ କିଛି ଭିନ୍ନ ଥିଲା।



from Odisha Reporter http://bit.ly/2RjGPEK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages