‘କ୍ୟାଚ୍‌ ଅଫ୍‌ ଦି ସେଞ୍ଚୁରୀ’ ମିସ୍‌ କଲେ ମ୍ୟାକ୍‌କୁଲମ୍‌, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

‘କ୍ୟାଚ୍‌ ଅଫ୍‌ ଦି ସେଞ୍ଚୁରୀ’ ମିସ୍‌ କଲେ ମ୍ୟାକ୍‌କୁଲମ୍‌, ଭିଡିଓ ଭାଇରାଲ୍‌

ପର୍ଥ: ୩୭ ବର୍ଷ ବୟସରେ ବି ଫୁଟ୍‌ବଲ୍‌ ଗୋଲ୍‌ରକ୍ଷକ ଭଳି କ୍ରିକେଟ୍‌ ପଡ଼ିଆରେ ଡାଇଭ୍‌ ମାରି ଏୟାର୍‌ରେ ବଲ୍‌କୁ ଗୋଟେ ହାତରେ ଝାମ୍ପି ନେବାର ଉଦ୍ୟମ। ଅଷ୍ଟ୍ରେଲିଆରେ ଚାଲିଥିବା ବିଗ୍‌ ବାଶ୍‌ ଟି-ଟ୍ୱେଣ୍ଟି ଲିଗ୍‌ରେ ଏଭଳି ଅବିଶ୍ୱସନୀୟ ଫିଲ୍‌ଡିଂର ନମୂନା ଦେଖାଇଛନ୍ତି ପୂର୍ବତନ ନ୍ୟୁଜିଲ୍ୟାଣ୍ଡ୍‌ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌। ବ୍ରିସ୍‌ବେନ୍‌ ହିଟ୍‌ ଓ ପର୍ଥ୍ ସ୍କର୍ଚର୍ସ ମଧ୍ୟରେ ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚ୍‌ରେ ଏହି ଭେଟେରାନ୍‌ କିୱି ତାରକା ଲଙ୍ଗ୍‌ ଅଫ୍‌ ବାଉଣ୍ଡାରୀ ନିକଟରେ ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କ କ୍ୟାଚ୍‌ ନେବା ପାଇଁ ବାମ ପଟକୁ ଏୟାର୍‌ରେ ଏକ ଦର୍ଶନୀୟ ଡାଇଭ୍ ମାରିଥିଲେ। ବଲ୍‌ଟିକୁ ବାମ ହାତରେ ସେ ଧରି ନେଇଥିଲେ ହେଁ ତଳେ ପଡ଼ିଲା ବେଳକୁ ଏହାକୁ ଦୁର୍ଭାଗ୍ୟବଶତଃ ହାତଛଡ଼ା କରି ଦେଇଥିଲେ। ତେବେ ଏହି ଡାଇଭ୍‌ଟି ଏତେ ସୁନ୍ଦର ଓ ଚିତ୍ତାକର୍ଷକ ଥିଲା ଯେ, ଏହି କ୍ୟାଚ୍‌ ନେବାରେ ସଫଳ ହୋଇଥିଲେ, ମ୍ୟାକ୍‌କୁଲମ୍‌ ‘ଶତାବ୍ଦୀର ଶ୍ରେଷ୍ଠ କ୍ୟାଚ୍‌’ ବା ‘କ୍ୟାଚ୍‌ ଅଫ୍‌ ଦି ସେଞ୍ଚୁରୀ’ ନେଇଥା’ନ୍ତେ ବୋଲି ଷ୍ଟାଡିଅମ୍‌ରେ ଉପସ୍ଥିତ  କ୍ରିକେଟ୍ ଭାଷ୍ୟକାର ଟିପ୍ପଣୀ ଦେଇଥିଲେ।

କ୍ୟାଚ୍‌ ନେବାରେ ବିଫଳ ହୋଇଥିଲେ ହେଁ ମ୍ୟାକ୍‌କୁଲମ୍‌ଙ୍କ ଦର୍ଶନୀୟ ଏୟାର୍‌ ଡାଇଭ୍‌ ପାଇଁ ଏହି ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି। ତେବେ ମ୍ୟାକ୍‌କୁଲମ୍‌ ଏହି ଡାଇଭ୍ ଦ୍ୱାରା ଏକ ନିଶ୍ଚିତ ଛକାକୁ ରୋକିବା ସହ ନିଜ ଟିମ୍‌ ପାଇଁ ୫ ରନ୍‌ ଅଟକାଇ ପାରିଥିଲେ। ଦେଖନ୍ତୁ ଭିଡିଓ।

ଏହି ଭିଡିଓ ଭାଇରାଲ୍ ହେବା ପରେ ବିଶ୍ୱବ୍ୟାପୀ କ୍ରିକେଟ୍‌ ପ୍ରଶଂସକ ଏହାକୁ ଶେୟାର୍‌ କରିବା ସହ ମ୍ୟାକ୍‌କୁଲମ୍‌ଙ୍କ ଫିଲ୍ଡିଂ‌ ଦକ୍ଷତାକୁ ବେଶ୍‌ ତାରିଫ୍‌ କରିଛନ୍ତି। କେହି କେହି ଏହାକୁ ‘କ୍ୟାଚ୍‌ ଅଫ୍ ଦି ସେଞ୍ଚୁରୀ ଡ୍ରପ୍‌ଡ’ ବୋଲି ଟିପ୍ପଣୀ ଦେଇଛନ୍ତି। ସୂଚନାଯୋଗ୍ୟ, କ୍ରିକେଟ୍‌ ଜଗତର ଏହି ଅନ୍ୟତମ ବିଧ୍ୱିଂସୀ ବ୍ୟାଟ୍‌ସମ୍ୟାନ୍‌ ଚଳିତ ବିଗ୍ ବାଶ୍‌ ଲିଗ୍‌ରେ ଏଯାଏ ନିଜ ବ୍ୟାଟିଂ ଯାଦୁ ଦେଖାଇ ପାରିନାହାନ୍ତି।



from Odisha Reporter http://bit.ly/2CesG1B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages