
ପୁରୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସଂସ୍କୃତି ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। ଗତକାଲି ରାତିରେ ଲୋକପ୍ରିୟ ଗାୟକ ଅର୍ଜୁନ୍ ଚରଣ ସାମଲଙ୍କ ଦେହାନ୍ତ ପରେ ଆଜି ଅପରାହ୍ନରେ ଭେଟେରାନ୍ ଅଭିନେତା ତଥା ଜୟଦେବ ପୁରସ୍କାର ବିଜେତା ରାମଚନ୍ଦ୍ର ପ୍ରତିହାରୀ(୮୭)ଙ୍କ ପରଲୋକ ହୋଇଛି।
ପ୍ରଖ୍ୟାତ ଓଡ଼ିଆ ମଞ୍ଚ ତଥା ସିନେ ଅଭିନେତା ରାମଚନ୍ଦ୍ର ପୁରୀ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ମଧ୍ୟ ପାଦ ରଖିଥିଲେ। ତାଙ୍କ ଅଭିନୀତ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ସାରା ଦେଶରେ ଆଦୃତ ହୋଇଥିଲା। ୨୦୦୭ ମସିହାରେ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ତାଙ୍କୁ ରାଜ୍ୟ ସରକାର ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହା ପର୍ବରୁ ପ୍ରତିହାରୀ ୧୯୭୯ରେ ଚଳଚ୍ଚିତ୍ର ନୀଳମାଧବ ଲାଗି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
ଦୀର୍ଘଦିନ ଧରି ପ୍ରତିହାରୀ ଅସୁସ୍ଥ ଥିଲେ। ନିକଟରେ ବିଜେପି ସଂସ୍କୃତିକ ସେଲ୍ ପକ୍ଷରୁ ତାଙ୍କ ୧ ଲକ୍ଷ ଟଙ୍କାର ଆର୍ଥକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।
from Odisha Reporter http://bit.ly/2G4Mg3U
No comments:
Post a Comment