ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳିଲେ ‘ବିଗ୍‌ ବସ୍‌’ ପ୍ରତିଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳିଲେ ‘ବିଗ୍‌ ବସ୍‌’ ପ୍ରତିଯୋଗୀ

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍): କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି ଶୋ’ ‘ବିଗ୍‌ବସ୍‌ ସିଜନ୍‌-୧୨’ ଶେଷ ହୋଇଯାଇଛି। ଏଥିରେ ଦୀପିକା କକ୍କର ବିଜୟିନୀ ହୋଇଛନ୍ତି।

୩୦ ଡିସେମ୍ବର ୨୦୧୮ରେ ଶୋ’ର ଫିନାଲେ ସରିବା ପରେ ୩୧ ରାତିରେ ‘ବିଗ୍‌ ବସ୍‌-୧୨’ର ପ୍ରତିଯୋଗୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ‘ଜିରୋ ନାଇଟ୍‌ସ୍‌’ ପାଳନ କରିଥିଲେ। ନୂଆ ବର୍ଷକୁ ନିଜ ନିଜ ଅନ୍ଦାଜ୍‌ ଅଥଚ ଧୂମ୍‌ଧାମ୍‌ରେ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ଗୋଟିଏ ପଟେ ଶ୍ରୀସନ୍ତ, ଜସ୍‌ଲିନ୍‌, ଶିବ୍‌ ଏବଂ ଭୁବନେଶ୍ୱରୀଙ୍କୁ ଏକାଠି ନୂଆ ବର୍ଷ ସେଲିବ୍ରେଟ୍‌ କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ କରନ୍‌ବୀର୍‌, ସୋମି, ସୁରଭି, ସବା, ମେଘା, ରୋହିତ୍‌, ସୃଷ୍ଟି, ଉର୍ବଶୀ ଏବଂ କେବିଙ୍କୁ ପରିବାର ସହ ଏକାଠି ମଉଜମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଦୀପକ୍‌ ନୂଆ ବର୍ଷରେ ତାଙ୍କ ଗାଁ ଲୋକଙ୍କ ସହ ହସଖୁସି କରୁଥିବାର ଦେଖିବାକୁ ମିଳିଥିଲା।

 ‘ବିଗ୍‌ ବସ୍‌-୧୨’ ଦୀପିକା, ସ୍ୱାମୀ ସୋଏବ୍‌ ଏବଂ ପରିବାର ସହ କେକ୍‌ କାଟି ନୂଆବର୍ଷ ସହ ତାଙ୍କ ସଫଳତାର ଖୁସି ମନାଉଥିବା ଦେଖିବାକୁ ମିଳିଥିଲା।

 ଦୀପିକା ଶୋ’ର ୱିନର୍‌ ହୋଇ ଶାଶୁ ଘରକୁ ଫେରିବା ପରେ ସେଠାରେ ଖୁସିର ମାହୋଲ୍‌ ଦେଖିବାକୁ ମିଳିଥିଲା। ପୁରା ପରିବାର ଏକାଠି ନାଚିବା ପରେ କେକ୍‌ କାଟି ଏହାକୁ ସେଲିବ୍ରେଟ୍‌ କରିଥିଲେ। ଦୀପିକାଙ୍କ ଶାଶୁ ତାଙ୍କ ମନ ପସନ୍ଦ ହାଲୱା ତିଆରି କରିଥିଲେ ଏବଂ ତାଙ୍କୁ ଖରାପ ଶକ୍ତିରୁ ଦୂରେଇ ରଖିବା ପାଇଁ ଏକ କଳା ଫିତା ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ‘ବିଗ୍‌ବସ୍ ସିଜନ୍‌-୧୨’ ଗତ ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଥିଲା।



from Odisha Reporter http://bit.ly/2AqD1ax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages