ସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁବନେଶ୍ୱର ବୁଲାଇବାକୁ କହି ବାଟରେ ଛାଡ଼ି ପଳାଇଲେ ପୁଅବୋହୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁବନେଶ୍ୱର ବୁଲାଇବାକୁ କହି ବାଟରେ ଛାଡ଼ି ପଳାଇଲେ ପୁଅବୋହୂ

ttttttttttppp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟିଶ୍‌ ସରକାରଙ୍କଠାରୁ ଲାଠି ମାଡ଼ ଖାଇ, ଜେଲଦଣ୍ଡ ଭୋଗି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀ ‌ଆଜି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ପାଖରେ ରଖିବାକୁ ପୁଅବୋହୂ ରାଜି ନାହାନ୍ତି। ଘରୁ ତଡ଼ିବାକୁ ରଚିଛନ୍ତି ଷଡଯନ୍ତ୍ର। ଭୁବନେଶ୍ୱର ବୁଲାଇବାକୁ କହି ଘରୁ ଆଣି ବାଟରେ ଛାଡ଼ିଦେଇ ଯାଇଛନ୍ତି। ଏପରି ଘଟଣା ନଜରକୁ ଆସିଛି ରାଜଧାନୀ ଭୁବନେଶ୍ୱରରେ।

ପୁଅବୋହୂଙ୍କ ନିର୍ଯାତନାର ଶିକାର ହୋଇଥିବା ଏହି ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ରାଜକିଶୋର ମହାନ୍ତି। ବୟସ ୯୫ ପାର ହେଲାଣି। ଚମ ଧୁଡ ଧୁଡ୍, ଆଖିରେ ପରଳ ମାଡିଲାଣି। ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଣ୍ଡଳପୁର ଗାଁର ସ୍ୱାଧିନତା ସଂଗ୍ରାମୀ ରାଜକିଶୋରଙ୍କୁ ପୁଅ ଅନାମ ପ୍ରସାଦ ମହାନ୍ତି ଓରଫ କୁନା ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଘରୁ ତଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବୁଲାଇ ନେବାକୁ କହି ତାଙ୍କୁ ରାଜଧାନୀରେ ଛାଡ଼ି ସେମାନେ ଚମ୍ପଟ ମାରିଥିବା କହିଛନ୍ତି।

67677700000000000

ଗତକାଲି ରାତିରେ କଳ୍ପନା ଛକରେ ଏହି ବୟସ୍କଙ୍କୁ ଦେଖି କିଛିଲୋକ ପଚାରି ବୁଝିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ରାତିରେ ସ୍ଥାନୀୟ କରପୋରେଟର୍‌ ଅମରେଶ ଜେନାଙ୍କ ସହ ଆଉ କିଛି ସମାଜସେବୀ ମିଶି ରାତ୍ର ଆଶ୍ରୟ ସ୍ଥଳକୁ ନେଇଥିଲେ। ସେଠାରେ ତାଙ୍କୁ ଖାଇବା ପିଇବା ଦେଇ ରହିବା ବ୍ୟବସ୍ଥା କରିଥିଲେ।

ଗଣତନ୍ତ୍ର ଦିବସ ପାଳନ ପାଇଁ ସାରା ଦେଶ ଉତ୍ସବ ମୁଖର ହେଉଥିବା ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଜ ପୁଅବୋହୂ ନିର୍ଯାତନା ଦେଇ ତଡ଼ିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଏନେଇ ରାଜକିଶୋର କହିଛନ୍ତି,“ ମୋ ପୁଅ ଗୋଡ଼ ଓ ପିଠିକୁ ବାଡ଼େଇଛି। ସରକାରଙ୍କଠାରୁ ସଂଗ୍ରାମୀ ଭତ୍ତା ଯାହା ମିଳୁଛି, ତାକୁ ବି ନେଇ ଯାଉଛନ୍ତି। ଘରୁ ବାହାର କରି ଦେଇଛି। ମୁଁ ଏତେ ତଳକୁ ଖସିନାହିଁ ଯେ, ପୁଅବୋହୂ ନାଁରେ ଅଭିଯୋଗ କରିବି।”

ସୂଚନାଯୋଗ୍ୟ, ରାଜକିଶୋର ଜଣେ ଶିକ୍ଷକ, ଔପନ୍ୟାସିକ, ‌ଆଶୁକବି ଏବଂ ଶିଶୁ ଲେଖକ ଭାବେ ବେଶ ଖ୍ୟାତ ଅର୍ଜନ କରିଛନ୍ତି।



from Odisha Reporter http://bit.ly/2CI7n8z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages