#ମି ଟୁ: ଆଲୋକ ନାଥଙ୍କ ସପକ୍ଷରେ ଏମିତି କହିଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

#ମି ଟୁ: ଆଲୋକ ନାଥଙ୍କ ସପକ୍ଷରେ ଏମିତି କହିଲେ କୋର୍ଟ

ମୁମ୍ବାଇ: ବହୁଚର୍ଚ୍ଚିତ # ମି ଟୁ ଅଭିଯାନରେ ଏକ ଦୁଷ୍କର୍ମ ଅଭିଯୋଗରେ ଫସିଥିବା ବଲିଉଡ୍‌ର ‘ସଂସ୍କାରୀ ବାବୁଜୀ’ ଆଲୋକ ନାଥଙ୍କୁ କୋର୍ଟରୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ଲେଖିକା-ନିର୍ଦ୍ଦେଶିକା ବୀନ୍‌ତା ନନ୍ଦାଙ୍କ ଦ୍ୱାରା ଦାୟର ମାମଲାରେ ମୁମ୍ବାଇର ସେସନ୍‌ସ୍‌ କୋର୍ଟ ଆଲୋକ ନାଥଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ଶନିବାର ଆଲୋକ ନାଥଙ୍କୁ ଆଗୁଆ ଜାମିନ୍ ଦେବା ଅବସରରେ କୋର୍ଟ କହିଛନ୍ତି ଯେ ବୀନ୍‌ତା ଆଲୋକଙ୍କୁ  ଦୁଷ୍କର୍ମ ମାମଲାରେ ମିଛରେ ଫସାଇ ଥାଇ ପାରନ୍ତି। ଏପରିକି ନିଜ ବ୍ୟକ୍ତିଗତ ଫାଇଦା ପାଇଁ ବୀନ୍‌ତା ଏ ନେଇ ବିଧିବଦ୍ଧ ଅଭିଯୋଗ କରିବାରେ ବିଳମ୍ବ କରିଥିବା କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି। ନନ୍ଦାଙ୍କ ସମ୍ପର୍କରେ ବିଚାରପତି କହିଛନ୍ତି ଯେ ‘ସେ(ବୀନ୍‌ତା) ସାରା ଘଟଣା ମନେ ରଖିଛନ୍ତି, କିନ୍ତୁ ଘଟିଥିବା ତାରିଖ ଓ ମାସ ଭୁଲି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ,୯୦ ଦଶକର ଲୋକପ୍ରିୟ ଟିଭି ଶୋ’ “ତାରା”ର ପ୍ରଯୋଜକ ବୀନ୍‌ତା ନନ୍ଦା, ଆଲୋକ ନାଥ ୨୦ ବର୍ଷ ତଳେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ବି’ ଟାଉନ୍‌ ସମେତ ସୋଶାଲ୍‌ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।



from Odisha Reporter http://bit.ly/2LZUrPN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages