୧୦ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

୧୦ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା

winter

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଜି ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।

ଫୁଲବାଣୀରେ ସବୁଠୁ ଅଧିକ ଶୀତ ହେଉଛି। ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ୭.୩ ଡଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୯, ସୋନପୁରରେ ୯.୫, ଦାରିଙ୍ଗବାଡ଼ିରେ ୯.୬ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରହିଥିବା ବେଳେ କଟକରେ ୧୧.୮ ଡିଗ୍ରୀ ରହିଛି।

ସୂଚନାଯୋଗ୍ୟ, ଗତ ତିନି ଦିନ ହେବ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି। ଗତ ଶନିବାର ଓ ରବିବାର ଭୁବନେଶ୍ୱର ଏବଂ କଟକରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସେହିପରି ଆଜି କଟକ ସମେତ ପାରାଦୀପ ଓ କେନ୍ଦ୍ରାପଡ଼ାରେ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଛୋଟମୋଟ ଦୁର୍ଘଟଣା ବି ଘଟୁଛି।



from Odisha Reporter http://bit.ly/2FL8yHD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages