ନୂଆ ଚିପ୍‌ ଯୁକ୍ତ ଏଟିଏମ୍‌ କାର୍ଡ଼ ବ୍ୟବହାର କରୁଛନ୍ତି କି? ସାବଧାନ୍‌   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ନୂଆ ଚିପ୍‌ ଯୁକ୍ତ ଏଟିଏମ୍‌ କାର୍ଡ଼ ବ୍ୟବହାର କରୁଛନ୍ତି କି? ସାବଧାନ୍‌  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ଆର୍‌ବିଆଇ କିଛି ନୂଆ ନିୟମ ଲାଗୁ କରିଛି। ଯେଉଁଥିରେ ୩୧ ଡିସେମ୍ବର ସୁଦ୍ଧା କେତେକ ଡେବିଟ୍‌ କାର୍ଡ଼ ଏବଂ କ୍ରେଡିଟ୍‌ କାର୍ଡ଼କୁ ଅଚଳ କରାଯାଇଛି। ଆର୍‌ବିଆଇର ନୂଆ ନିୟମ ଅନୁଯାୟୀ ଯେଉଁ ଡେବିଟ୍‌ କାର୍ଡ଼ ଓ କ୍ରେଡିଟ୍‌ କାର୍ଡ଼ର ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌(ମେଗା ଷ୍ଟ୍ରିପ୍‌) ସିଷ୍ଟମଥିଲା ସେଗୁଡ଼ିକର ଅବଧି ସରିଯାଇଛି। ଆଉ ଏହି କାର୍ଡ଼ ଗୁଡ଼ିକୁ ବ୍ଲକ କରାଯାଇଛି। ଆରବିଆଇ ଅନୁଯାୟୀ, ମେଗା ଷ୍ଟ୍ରିପ୍‌ ଥିବା ଏହି କାର୍ଡ଼ଗୁଡ଼ିକର ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିଲା। ଏହା ବଦଳରେ EMV ଚିପ୍‌ ଥିବା କାର୍ଡ଼କୁ ଅପ୍‌ଗ୍ରେଡ୍‌ କରାଯାଇଛି।

ମେଗା ଷ୍ଟ୍ରିପ୍‌ ଅପେକ୍ଷା EMV ଚିପ୍‌ ଥିବା କାର୍ଡ଼ରେ ଅଧିକ ଡାଟା ସଂରକ୍ଷଣ ‍ବ୍ୟବସ୍ଥା ଓ ଏହା ଅଧିକ ସୁରକ୍ଷିତ ଥିବାରୁ ଆରବିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ହେଲେ ଚାଲାକ ଚୋରମାନେ ଏହି ଏହି EMV ଚିପ୍‌ ଯୁକ୍ତ କାର୍ଡରୁ ମଧ୍ୟ ଲୁଟ୍‌ କରିବାର ଉପାୟ ଖୋଜି ସାରିଛନ୍ତି।

ଜାଣିଛନ୍ତି କେମିତି ?

ସୂଚନା ଅନୁଯାୟୀ ଅପରାଧୀ ପ୍ରଥମେ ଏଟିଏମ୍‌ କାର୍ଡ ଧାରକଙ୍କ ନିକଟକୁ ଫୋନ୍‌ କରୁଛନ୍ତି। ଏହାପରେ ନୂଆ କାର୍ଡ଼ ବିଷୟରେ ପଚାରୁଛନ୍ତି। ଯଦି କୌଣସି ଗ୍ରାହକ ନୂଆ କାର୍ଡ଼ ଦରକାର ବୋଲି କହୁଛନ୍ତି, ତେବେ ଅପରାଧୀ ନିଜକୁ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଉଛନ୍ତି। ଏହା ପରେ ସେ କାର୍ଡ଼ ଧାରକଙ୍କୁ ତାଙ୍କ କାର୍ଡ଼ର ଡିଟେଲସ୍‌ ବ୍ୟାଙ୍କରେ ନ ଥିବା କହୁଛନ୍ତି। ଏହାପରେ କାର୍ଡର ଡିଟେଲ୍ସ ମାଗୁଛନ୍ତି। ଯଦି ଆପଣ ଦେବାକୁ ମନା କରୁଛନ୍ତି ତେବେ ସେ ଆପଣଙ୍କ କାର୍ଡ଼ ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଉଛନ୍ତି। ଏହି ଧମକ୍‌କୁ ଡରି କିଛି କମ୍‌ ପଢ଼ିଥିବା ଲୋକ ଓ ବୟସ୍କ ବ୍ୟକ୍ତି କାର୍ଡ଼ର ସମସ୍ତ ଡିଟେଲ୍‌ସ ଦେଇଦେଇଥାନ୍ତି। ଆଉ ଏହା ପରେ ଅପରାଧୀ ଆପଣଙ୍କ ଆକାଉଣ୍ଟ ଖାଲି କରିଦିଏ। ନିକଟରେ ଦୀଲ୍ଲିଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ତେଣୁ ଆପଣଙ୍କୁ ଯଦି ଏଭଳି କିଛି ଫୋନ୍‌କଲ୍‌ ଆସେ ଓ ଆପଣଙ୍କୁ କେହି ଆପଣଙ୍କ ଏଟିଏମ୍‌ ଡିଟେଲ୍ସ ମାଗନ୍ତି, ତେବେ ଆପଣ ତାଙ୍କୁ କିଛି ନ କହି ଫୋନ୍‌ କାଟି ଦିଅନ୍ତୁ। ଯଦି ଆପଣଙ୍କ ମନରେ କାର୍ଡ଼କୁ ନେଇ ଆଶଙ୍କା ସୃଷ୍ଟି ହୁଏ ତେବେ ସିଧାଶଳଖ ବ୍ୟଙ୍କ ସହ ସମ୍ପର୍କ କରନ୍ତୁ।



from Odisha Reporter http://bit.ly/2sdiOAy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages