
କୋଣାର୍କ (ସଞ୍ଜୟ ପତି): ପିକ୍ନିକ କରିବାକୁ ଯାଇଥିବା ବେଳେ ସମୁଦ୍ରରେ ବୁଡ଼ିଗଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଏବେବି ନିଖୋଜ ଅଛନ୍ତି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ଘଟିଛି।
ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର କିଛି ପିଲା ପିକ୍ନିକ କରିବା ପାଇଁ ଯାଇଥିଲେ। ସେମାନେ ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ଗାଧୋଉ ଥିଲେ। ଏହି ସମୟରେ ସମୁଦ୍ରରେ ଆସୁଥିବା ଲହଡିରେ ୪ ଜଣ ଛାତ୍ର ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିଲେ।
ଉଦ୍ଧାର ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କୁ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଏବେବି ୨ ଜଣ ପିଲା ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପୁଲିସ୍ ଓ ସ୍ଥାନୀୟ ଲୋକେ ଉଦ୍ୟମ କରୁଛନ୍ତି।
from Odisha Reporter http://bit.ly/2R0cYMT
No comments:
Post a Comment