ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

rajmahal

ବରଗଡ଼ (ଦୀପକ ଶର୍ମା): ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ଅଭିନୟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

bargarhବରଗଡ଼ ପାଲଟିଛି ମଥୁରା ନଗରୀ ଓ ଗୋପପୁର ହୋଇଛି ଅମ୍ବାପାଲି। ଆଜିଠୁ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଆଉ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା। ହାଟପଦା ପଡ଼ିଆରେ କଂସ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଛି। ଆଜି ଅପରାହ୍ଣ ୨ଟାରୁ ସ୍ଥାନୀୟ ଗାନ୍ଧି ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ।ଏହାକୁ ବରଗଡ଼ ଜିଲ୍ଲାପାଳ ଉଦ୍‌ଘାଟନ କରିବେ। ବିଭିନ୍ନ ସାଂସ୍କୃତିକ ଦଳଙ୍କ ସହ ଏହି ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରକୁ ଯିବ।

ସଂଧ୍ୟା ୭ଟାରେ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚାନା ପରେ ଧନୁଯାତ୍ରାରର କଳାକାରମାନେ କମିଟି ସଦସ୍ୟଙ୍କ ସହ ହାଟପଦା ପଡ଼ିଆ ସ୍ଥିତ ରାଜଦରବାରରେ ପହଞ୍ଚିବେ।  ସେଠାରେ ପରମ୍ପରା ଅନୁସାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସାଂସଦ ଧନୁଯାତ୍ରାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ।

baragrahଧନୁଯାତ୍ରା ଉଦ୍‌ଘାଟନ ପରେ ରାମଜୀ ମନ୍ଦିରରେ ଦେବକୀ-ବସୁଦେବଙ୍କ ବିବାହ, ଯୁବରାଜ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଗତଥର ଭଳି ଏଥର ବି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଏଥିପାଇଁ ସେ ନିଜକୁ ପୂରା ପ୍ରସ୍ତୁତ କରିସାରିଛନ୍ତି।



from Odisha Reporter http://bit.ly/2TJNVPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages