
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆରମ୍ଭ ହୋଇଛି ଭଡ଼ା ବାଇକ୍ ସେବା। ଘଣ୍ଟାକୁ ମାତ୍ର ୩୬ ଟଙ୍କାରେ ଆପଣ ଏହି ବାଇକ୍ ନେଇ ଭୁବନେଶ୍ୱର ଓ ପୁରୀ ଭଳି ବିଭିନ୍ନ ସ୍ଥାନ ବୁଲି ପାରିବେ।
କଲିକତାର ଏକ କମ୍ପାନୀ ‘ଡ୍ରପ ୟୁ’ ସହିତ ଏନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଯେଉଁମାନଙ୍କ ପାଖରେ ବାଇକ୍ ନାହିଁ ବା ବାଇକ୍ରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ବୁଲିବାକୁ ଇଛା ପ୍ରକାଶ କରନ୍ତି ସେମାନେ ଏହି ବ୍ୟବସ୍ଥାର ଫାଇଦା ନେଇପାରିବେ।
ବାଇକ୍ ବୁକ୍ କରିବା ପାଇଁ ଆପଣଙ୍କୁ ‘ଡ୍ରପ ୟୁ’ ସହ ଯୋଗାଯୋଗ କରିବାକୁ ପଡ଼ିବ। ଏହି ସୁବିଧା ଘଣ୍ଟା କିମ୍ବା ଦିନିକିଆ ଆକାରରେ ପାଇପାରିବେ।
ଏହି ବ୍ୟବସ୍ଥାକୁ ଭୁବନେଶ୍ୱରର ଡ୍ରାଇଭିଂ ପରୀକ୍ଷା ପଡ଼ିଆରେ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା।
ଏହା ପୂର୍ବରୁ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ସାଇକେଲ୍ ସେବା ଆରମ୍ଭ କରିଥିଲେ। ରାଜଧାନୀର ପ୍ରମୁଖ ସ୍ଥାନଗୁଡ଼ିକରେ ଏବେ ଏହି ସାଇକେଲ୍ ରହୁଛି। ସ୍ୱତନ୍ତ୍ର ଆପ୍ ଯୋଗେ ଲୋକେ ଏହି ସାଇକେଲ୍ ଗୁଡ଼ିକୁ ବ୍ୟବହାର କରୁଛନ୍ତି। ହକି ବିଶ୍ୱକପ୍ ପୂର୍ବରୁ ଏହି ସେବା ଭୁବନେଶ୍ୱରରେ ଆରମ୍ଭ ହୋଇଛି।
from Odisha Reporter http://bit.ly/2FoMVww
No comments:
Post a Comment