ଆସୁଛି ମୋଦିଙ୍କ ବାୟୋପିକ୍‌, ଅଭିନୟ କରିବେ ଏହି ଷ୍ଟାର ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଆସୁଛି ମୋଦିଙ୍କ ବାୟୋପିକ୍‌, ଅଭିନୟ କରିବେ ଏହି ଷ୍ଟାର ଅଭିନେତା

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମର ନାଁ ‘ପିଏମ୍‌ ନରେନ୍ଦ୍ର ମୋଦି’ ରହିଛି। ଏହି ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଭେଟରାନ୍‌ ବଲିଉଡ୍‌ ଅଭିନେତା ବିବେକ ଓବେରୟ ଅଭିନୟ କରିବେ।

ଆଜି ବିଧିବଦ୍ଧ ଭାବେ ଏହି ତଥ୍ୟ ସାମ୍ନାକୁ ଆସିଛି। ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱ ବକ୍ସର ମ୍ୟାରିକମ୍‌ଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମର ନିର୍ଦ୍ଦେଶକ ଓମୁଙ୍ଗ କୁମାରଙ୍କୁ ଦିଆଯାଇଛି।

ଏହି ତଥ୍ୟ ଆଜି ବଲିଉଡ୍‌ ଟ୍ରେଣ୍ଡ ଆନାଲିଷ୍ଟ ତରୁନ ଆଦର୍ଶ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି, ମୋଦିଙ୍କ ଭୂମିକାରେ ବିବେକ୍‌ ଅଭିନୟ କରନ୍ତୁ ବୋଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା।

ଏହାପରେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋଦିଙ୍କ ଭୂମିକାରେ ବିବେକଙ୍କୁ ନେବେ ବୋଲି ସ୍ଥିର କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସନ୍ଦୀପ ସିଂହ ନିର୍ବାହ କରିବେ। ଫିଲ୍କର ପ୍ରଥମ ଲୁକ୍‌ ପୋଷ୍ଟର ୨୦୧୯ ଜାନୁଆରୀ ୭ରେ ରିଲିଜ୍‌ କରାଯିବ ବୋଲି ସେ କହିଛନ୍ତି।

ମୁମ୍ବାଇଠାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ‘ ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମର ପୋଷ୍ଟର ଉନ୍ମୋଚନ କରିବେ। ଜାନୁଆରୀ ମଧ୍ୟ ଭାଗରୁ ଏହା ଶୁଟିଂ ଆରମ୍ଭ ହେବ। ୨୩ଟି ଭାଷାରେ ସମଗ୍ର ଦେଶରେ ଏହି ଫିଲ୍ମଟି ରିଲିଜ୍‌ ହେବ। ତେବେ ଅନ୍ୟ ଚରିତ୍ରମାନଙ୍କ ଭୂମିକାରେ କିଏ କିଏ ରହିଛନ୍ତି, ତାହା ଜଣାପଡ଼ିନାହିଁ।



from Odisha Reporter http://bit.ly/2F8eWIy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages