ଜୀବନ ଥିବା ବେଳେ କେହି ଶୁଣିଲେନି, ମଲା ପରେ ଦେଉଛନ୍ତି ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଜୀବନ ଥିବା ବେଳେ କେହି ଶୁଣିଲେନି, ମଲା ପରେ ଦେଉଛନ୍ତି ସହାୟତା

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମୃତ୍ୟୁ ପୂର୍ବରୁ ଯେଉଁ ସହାୟତା ପାଇଁ ଦୌଡି ଦୌଡ଼ି ଜୋତା ଘୋରି ଯାଇଥିବା ଏବେ ମିଳୁଛି ତାହା। ଏ ହେଉଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମୃତ ଚାଷୀ ଲକ୍ଷ୍ମୀଧର ବେହେରାଙ୍କ କଥା। ଆଜି ବିଡିଓ ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ବିଜୁ ପକ୍କା ଘର(ତିତିଲି) କାର୍ଯ୍ୟାଦେଶ ଦେଇଛନ୍ତି। ପକ୍କା ଘର ଖଣ୍ଡେ ପାଇଁ ଲାଞ୍ଚ ଦେଇ ନପାରିବାରୁ ଲକ୍ଷ୍ମୀଧର ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ତେବେ ମୃତ୍ୟୁ ପୂର୍ବରୁ ସେ ସରକାରୀ ବ୍ୟବସ୍ଥା ଓ ରାଜ୍ୟରେ ଚାଲିଥିବା ପିସି କାରବାର ଗୁମର ଏକ ଭିଡିଓରେ କହି ଯାଇଥିଲେ।

ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍‌ଓ୍ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି(ଥ୍ରୀ ଟି) କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ପଦାରେ ପକାଇ ଦେଇଛି। ଲକ୍ଷ୍ମୀଧରଙ୍କ ପରି ଜଣେ ଗରିବ ଚାଷୀ ନ୍ୟାୟ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇଥିଲେ। ତାଙ୍କ ନେହୁରା କେହି ନ ଶୁଣିବାରୁ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ମୃତ୍ୟୁ ପୂର୍ବରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ଜରିଆରେ ଦେଇ ଯାଇଥିଲେ ଜୀବନର ଶେଷ ବାର୍ତ୍ତା।



from Odisha Reporter http://bit.ly/2DjuKHi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages