ଦୂରନ୍ତୋ ଏକ୍ସପ୍ରେସ୍‌ର ଏସି ବଗିରେ ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଦୂରନ୍ତୋ ଏକ୍ସପ୍ରେସ୍‌ର ଏସି ବଗିରେ ଲୁଟ୍‌

ନୂଆଦିଲ୍ଲୀ: ଗୁରୁବାର ଭୋର ୩.୩୦ ସମୟରେ ଦିଲ୍ଲୀଠାରେ ଅଟକିଥିବା ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଲୁଟ୍‌ ହୋଇଥିବା ଜଣାଯାଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବଡିଲ୍‌ଠାରେ ଦିଲ୍ଲୀର ମୁଖ୍ୟ ଷ୍ଟେସନ୍‌ଆଡ଼କୁ ଯିବାପାଇଁ ଏହି ଟ୍ରେନ୍‌ ଅଟକିଥିବା ସମୟରେ ଏକ ସଶସ୍ତ୍ର ଡକାୟତ ଗୋଷ୍ଠୀ ଦୁଇଟି ଏସି ବଗିରେ ପଶିଯାଇଥିଲେ। ଯାତ୍ରୀଙ୍କଠାରୁ ଏହି ଡକାୟତମାନେ ଟଙ୍କା, ବ୍ୟାଗ୍‌, ମୋବାଇଲ୍‌ ଫୋନ୍‌ ଏବଂ ସୁନା ଚେନ୍‌ ଆଦି ଲୁଟି ନେଇଛନ୍ତି।

ରେଳ ବିଭାଗର ୱେବ୍‌ସାଇଟ୍‌ରେ ଜଣେ ଯାତ୍ରୀ ଏହି ଘଟଣା ସମ୍ପର୍କରେ ଅଭିଯୋଗକରି ଲେଖିଛନ୍ତି, “ହଠାତ ୭ରୁ ୧୦ ଜଣ ଦୃର୍ବୃତ୍ତ ବି୩ ଏବଂ ବି ୭ ବଗିକୁ ପଶିଆସିଥିଲେ। ସେମାନେ ଧାରୁ ଅସ୍ତ୍ର ସହିତ ଆସିଥିଲେ ଏବଂ ସେହି ଅସ୍ତ୍ର ଯାତ୍ରୀଙ୍କ ବେକରେ ଲଗାଇ ଯାହାକିଛି ମୂଲ୍ୟବାନ ସାମଗ୍ରୀ ଅଛି ହସ୍ତାନ୍ତର କରିବାକୁ ଧମକାଇଥିଲେ।”

ଯାତ୍ରୀ ଜଣକ ଦେଇଥିବା ସୂଚନା ଅନୁଯାୟୀ ଏହି ଡକାୟତମାନେ ଟ୍ରେନ୍‌ରୁ ଡେଇଁ ପଳାଇଯିବା ଆଗରୁ ୧୦ରୁ ୧୫ ମିନିଟ୍‌ ଯାଏ ଏହି ଲୁଟ୍‌ ଚାଲୁ ରହିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ନା କୌଣସି ରେଳ କର୍ମଚାରୀ ନା କୌଣସି ରେଳ ସୁରକ୍ଷା ବାହିନୀ, କେହି ମଧ୍ୟ ଏହି ସମୟରେ ଉପସ୍ଥିତ ନଥିଲେ।

ଯାତ୍ରୀମାନେ ସହାୟକ ଏବଂ ଟିଟିଙ୍କୁ ଖୋଜିଥିଲେ ମଧ୍ୟ ୨୦ ମିନିଟ୍‌ ପରେ ସେମାନଙ୍କୁ ପାଇଥିଲେ, ସେତେବେଳକୁ ଏହି ଡକାୟତମାନେ ଖସିଯାଇଥିଲେ।
ଯାତ୍ରୀ ଜଣକ ଅଭିଯୋଗରେ ଲେଖିଛନ୍ତି, “ସହାୟକ ଜଣକ ଆମକୁ ଜଣାଇଥିଲେ ଏହି ଟ୍ରେନ୍‌ରେ ସୁରକ୍ଷା କର୍ମୀ ନାହାନ୍ତି। ଆମେ ଯଦି ଏସି ବଗିରେ ସୁରକ୍ଷିତ ନୁହେଁ, ଥରେ ଭାବନ୍ତୁ ସ୍ଲିପର ଏବଂ ଜେନେରାଲ ବଗିର ଅବସ୍ଥା କ’ଣ ହେଉଥିବ ଯେଉଁସବୁ ବଗିରେ ଯାତ୍ରୀମାନେ ବିନା ଟିକେଟ୍‌ରେ ମଧ୍ୟ ଆସିଯାଇପାରନ୍ତି।”

ନଦର୍ଣ୍ଣ ରେଲୱେ ପକ୍ଷରୁ କୁହାଯାଇଛି, ରେଳ ସୁରକ୍ଷା ବାହିନୀ ଏହି ମାମଲାର ତଦନ୍ତର ଶେଷ ପ୍ରର୍ଯ୍ୟାୟରେ ଅଛି, ଡକାୟତମାନ ଉପରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।



from Odisha Reporter http://bit.ly/2FCjxDb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages