କାଗଜ ଫିଙ୍ଗି ୨୬ ସାଂସଦ ୫ ଦିନ ପାଇଁ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କାଗଜ ଫିଙ୍ଗି ୨୬ ସାଂସଦ ୫ ଦିନ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ରାଫେଲ ଡିଲ୍‌କୁ ନେଇ ମହାବିତର୍କ ଚାଲିଥିବା ବେଳେ ତାମିଲନାଡ଼ୁର କ୍ଷମତାସୀନ ଏଆଇଏଡିଏମକେର ସାଂସଦମାନେ ବାରମ୍ବାର ଏଥିରେ ବାଧା ଉପୁଜାଇବା ପାଇଁ ଉଦ୍ୟମ କରିଥିଲେ। ଏପରି କି ସେମାନେ ବାଚସ୍ପତି ସୁମିତ୍ରା ମହାଜନଙ୍କ ଉପରକୁ କାଗଜ ଫୋପାଡ଼ିଥିଲେ। ଏଥିରେ କ୍ଷୁବ୍ଧ ହୋଇ ବାଚସ୍ପତି ଶ୍ରୀମତୀ ମହାଜନ ୨୬ ଜଣ ଏମଆଇଏଡିଏମକେ ସାଂସଦକୁ ଲୋକସଭାର ୫ଟି କାର୍ଯ୍ୟ ଦିବସରୁ ନିଲମ୍ବନ କରିଛନ୍ତି।
ନିଲମ୍ବନ ଆଦେଶ ଦେଇ ବାଚସ୍ପତି କହିଛନ୍ତି, “ ଆପଣମାନେ ଗୃହର ମଧ୍ୟ ଭାଗକୁ ଆସି ବାରମ୍ବାର ହୋ ହଲ୍ଲା କରୁଛନ୍ତି। ଏହାଦ୍ୱାରା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଆପଣମାନଙ୍କ ମଧ୍ୟରୁ ଅଧିକ ବିଶୃଙ୍ଖଳା ସୃଷ୍ଟି କରିଥିବା ୫ ଜଣ ସଦସ୍ୟକୁ ଲୋକସଭାର ୫ଟି କାର୍ଯ୍ୟ ଦିବସରୁ ନିଲମ୍ବନ କରାଯାଉଛି।” ଏହାପରେ ବାଚସ୍ପତତି ୨୬ ଜଣ ସାଂସଦଙ୍କ ନାଁ ପଢ଼ିଥିଲେ। ଏହମାନେ ସଂସଦର ଶୀତ ଅଧିବେଶନ ଆରମ୍ଭରୁ ବିଭିନ୍ନ ଦାବି ନେଇ ବାରମ୍ବାର ଲୋକସଭାର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରୁଥିଲେ।

ଏହି ନିଲମ୍ବନ ପରେ ବରିଷ୍ଠ ଆଇଏଡିଏମକେ ସାଂସଦ ତଥା ଲୋକସଭା ଉପବାଚସ୍ପତି ଏକ ଥମିମ୍ବିଦୁରାଇ କହିଛନ୍ତି, “ ସାଂସଦମାନେ ସେମାନଙ୍କ ରାଜ୍ୟର ସମସ୍ୟା ଉଠାଇ ସମାଧାନ କରିବାକୁ ଦାବି କରୁଛନ୍ତି। ତେବେ ଏଥିପାଇଁ ବାଚସ୍ପିତି ଆମକୁ ନିଲମ୍ବନ କଲେ, ତାହା ମଧ୍ୟ ଭୁଲ ନୁହେଁ। ଆମେ ବାରମ୍ବାର ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ନିୟମ ବାହାରେ।

ତେଣୁ ବାଚସ୍ପିତି ଆମକୁ ନିଲମ୍ବନ କଲେ। ଏହି ନିଷ୍ପତ୍ତି ସହ ଆମେ ଏକମତ। କିନ୍ତୁ ଆଗକୁ ନିର୍ବାଚନ ଆସୁଥିବାରୁ ବିଜେପି କର୍ଣ୍ଣାଟକାକୁ ମେକେଡାଟୁ ଡ୍ୟାମ୍‌ ପ୍ରକଳ୍ପ ପାଇଁ ଅନୁମତି ଦେଇଛି। ଏହା ବିରୋଧରେ ସ୍ୱର ଉଠାଇବା ଆମର ଗଣତାନ୍ତ୍ରିକ ଅଧିକାର।”



from Odisha Reporter http://bit.ly/2LKnGWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages