ରାହୁଲ ଗାନ୍ଧିଙ୍କୁ ମହିଳା କମିଶନ୍‌ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ରାହୁଲ ଗାନ୍ଧିଙ୍କୁ ମହିଳା କମିଶନ୍‌ ନୋଟିସ୍‌

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ପର୍କରେ ଅରୁଚିକର ଏବଂ ଅପମାନଜନକ ମନ୍ତବ୍ୟ ଦେଇ ତାଚ୍ଛଲ୍ୟ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି। ଏନେଇ ଆଜି ଜାତୀୟ ମହିଳା କମିଶନ ଶ୍ରୀ ଗାନ୍ଧିଙ୍କୁ ନୋଟିସ୍‌ କରିଛନ୍ତି। ଏଥିସହ ସେ ଦେଇଥିବା ମନ୍ତବ୍ୟର ଉପଯୁକ୍ତ କାରଣ ରଖିବାକୁ ଏହି ନୋଟିସ୍‌ରେ ତାଙ୍କୁ କୁହାଯାଇଛି।

ରାଫେଲ୍‌ ଡିଲ୍‌ ସମ୍ପର୍କରେ ଲୋକସଭାରେ ଆଲୋଚନା ଚାଲିଥିବା ବେଳେ ଶ୍ରୀ ଗାନ୍ଧି ଉଭୟ ଶ୍ରୀମତୀ ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାଫେଲ ଡିଲ୍‌ ପ୍ରସଙ୍ଗରେ ଖସି ଯିବା ପାଇଁ ଜଣେ ମହିଳାଙ୍କ ପଛରେ ଲୁଚୁଛନ୍ତି ବୋଲି ଶ୍ରୀ ଗାନ୍ଧି କହିଥିଲେ।

ଏ ଶୋଭାଯାତ୍ରାରେ ରାହୁଲ କହିଥିଲେ, “ ଚୌକିଦାର କହୁଛନ୍ତି ମୋର ୫୬ ଇଞ୍ଚ୍‌ର ଛାତି। କିନ୍ତୁ ସେ ଦୌଡ଼ି ପଳାଉଛନ୍ତି। ସେ ଜଣେ ମହିଳା ସୀତାରମଣଜୀଙ୍କୁ ତାଙ୍କୁ ରକ୍ଷା କରିବା ପାଇଁ କହୁଛନ୍ତି। ମୁଁ ନିଜକୁ ରକ୍ଷା କରିପାରୁନାହିଁ। ମୋତେ ଟିକେ ରକ୍ଷା କରା। ଜଣେ ମହିଳା କେବେ ୨ ଘଣ୍ଟା ୩୦ ମିନିଟ୍‌ରେ ତାଙ୍କୁ(ମୋଦି)ଙ୍କୁ ରକ୍ଷା କରିପାରିବେ ନାହିଁ। ମୁଁ ସିଧାସଳଖ ପ୍ରଶ୍ନ କରିଥିଲି ଓ ହଁ କିମ୍ବା ନାରେ ଉତ୍ତର ଦେବାକୁ କହିଥିଲି। ହେଲେ ସେ ଏହାର ଉତ୍ତର ଦେଇପାରି ନଥିଲେ।”

ରାହୁଲ ଗାନ୍ଧିଙ୍କ ଏଭଳି ଅପମାନଜନକ ମନ୍ତବ୍ୟକୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ମହିଳାଙ୍କୁ ସମ୍ମାନ କରିବା ଦରକାର। ସେ ନିଜର ମନ୍ତବ୍ୟ ସମ୍ପର୍କରେ ଯୁକ୍ତି ଦର୍ଶାଇବା ସହ କ୍ଷମା ମାଗିବା ଊଚିତ। ନିର୍ମଳା ସୀତାରମଣ ହେଉଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ। ଯେଉଁ ଦଳ ଦେଶକୁ ଏକମାତ୍ର ଏବଂ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଦେଇଥିଲା, ସେହି ଦଳର ସଭାପତି ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ନିଶ୍ଚିତ ନିନ୍ଦାର ବିଷୟ।”

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ରାହୁଲଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ।



from Odisha Reporter http://bit.ly/2CbNLcP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages