
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ସମନ୍ କରିଛନ୍ତି। ଏମଜେ ଆକବର ମାନହାନି ମକଦ୍ଦମା କରିଥିବାରୁ କୋର୍ଟ ପ୍ରିୟାଙ୍କୁ ଅଭିଯୁକ୍ତ ଭାବେ କୋର୍ଟରେ ହାଜର ହେବାକୁ ସମନ କରିଛନ୍ତି।
ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସମର ବିଶାଲ ଆସନ୍ତା ଫେବୃଆରୀ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଏହି ଦିନ ପ୍ରିୟାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।
ରାଜନୀତିରେ ପାଦ ଦେବା ପୂର୍ବରୁ ଆକବର ଅନେକ ମିଡିଆ ହାଉସ୍ରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ୧୫ରୁ ଅଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଆକବର କେନ୍ଦ୍ରମନ୍ତ୍ରୀ ପଦରୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ।
from Odisha Reporter http://bit.ly/2CSIozG
No comments:
Post a Comment