କାଦର୍‌ ଖାନ୍‌ଙ୍କୁ ‘ପଦ୍ମଶ୍ରୀ’ ମିଳିବା ନେଇ କ’ଣ କହିଲେ ପୁଅ ସରଫରାଜ୍‌, ପଢନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

କାଦର୍‌ ଖାନ୍‌ଙ୍କୁ ‘ପଦ୍ମଶ୍ରୀ’ ମିଳିବା ନେଇ କ’ଣ କହିଲେ ପୁଅ ସରଫରାଜ୍‌, ପଢନ୍ତୁ

ମୁମ୍ୱାଇ: ଭାରତ ସରକାର ଭେଟେରାନ୍‌ ଅଭିନେତା କାଦର୍‌ ଖାନ୍‌ଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’ ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଦୁଃଖର କଥା ଏହି ସମ୍ମାନକୁ କାଦର୍‌ ନିଜ ହାତରେ ଗ୍ରହଣ କରିପାରିବେ ନାହିଁ। ଲମ୍ୱା ସମୟ ଧରି ରୋଗରେ ପୀଡ଼ିତ ହେବା ପରେ ଗତବର୍ଷ ୩୧ ଡିସେମ୍ୱରରେ ତାଙ୍କର ମୃତ୍ୟୁ ହୋଇଥିଲା।

ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ କାମ କରିଥିବା କାଦର୍‌ଙ୍କ ହିନ୍ଦୀ ସିନେମା ଜଗତ ପ୍ରତି ରହିଛି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ। କିନ୍ତୁ ଭାରତ ସରକାରଙ୍କୁ ପକ୍ଷରୁ ତାଙ୍କୁ ପୂର୍ବରୁ ‘ପଦ୍ମଶ୍ରୀ’ ସମ୍ମାନ ମିଳି ନ ଥିଲା। ଏହାକୁ ନେଇ କାଦର୍‌ ଖାନ୍‌ଙ୍କ ପୁଅ ସରଫରାଜ ଅବଶୋଷ ବ୍ୟକ୍ତ କରି ଦୁଃଖପ୍ରକାଶ କରିଛନ୍ତି।

ଏକ ସାକ୍ଷାତକାରରେ ସରଫରାଜ କହିଛନ୍ତି, “ଭଲ ହୋଇଥାନ୍ତା, ଯଦି ମୋର ପିତା ଏହି ପୁରସ୍କାର ପାଇବା ପାଇଁ ଜୀବିତ ଥାନ୍ତେ, ଯାହା ହୋଇପାରିଲା ନାହିଁ। କିନ୍ତୁ ଭଗବାନ ଯଦି କୌଣସି ବ୍ୟକ୍ତି ଉପରେ ଖୁସି ଅଛନ୍ତି, ତେବେ ଏହି ଦୁନିଆରୁ ବିଦାୟ ନେବା ପରେ ମଧ୍ୟ ତାଙ୍କୁ ତାଙ୍କ ଭାଗର ସମ୍ମାନ ଦେବା ପାଇଁ ରାସ୍ତା ବାହାର କରିଥାନ୍ତି। ଯାହା ମୋ ବାପାଙ୍କ କ୍ଷେତ୍ରରେ ଘଟିଛି।”

ସରଫରାଜଙ୍କ କହିବା ଅନୁସାରେ କାଦର୍‌ଙ୍କୁ ‘ପଦ୍ମଶ୍ରୀ’ ଦେବାରେ ସରକାର ବହୁତ ବିଳମ୍ୱରେ କରିଦେଲେ।

ସୂଚନାଯୋଗ୍ୟ, ପିତାଙ୍କ ମୃତ୍ୟୁ ପରେ ସରଫରାଜ ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ କଡ଼ା ସମାଲୋଚନା କରିଥିବା ଜଣାପଡ଼ିଥିଲା। ସରଫରାଜ ଇଣ୍ଡଷ୍ଟ୍ରିର ଲୋକଙ୍କୁ ହୃଦୟହୀନ ବୋଲି କହିଥିଲେ। ସରଫରାଜଙ୍କ କହିବା ଅନୁସାରେ କାଦର ଖାନ୍‌ କାନାଡ଼ା ଯିବା ପରେ ତାଙ୍କୁ ନଜରଅନ୍ଦାଜ କରାଯାଇଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଫୋନ୍‌ ସୁଦ୍ଧା କରି ନ ଥିଲେ।

ସରଫରାଜ ସବୁଠାରୁ ଅଧିକ କଡ଼ା ଭାଷାରେ ଗୋବିନ୍ଦାଙ୍କୁ ସମାଲୋଚନା କରିଛନ୍ତି। କାରଣ କାଦର ସର୍ବାଧିକ ଗୋବିନ୍ଦାଙ୍କ ସହ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି।ତାଙ୍କର ଓ ଗୋବିନ୍ଦାଙ୍କ ଯୋଡ଼ିକୁ ପରଦା ଉପରେ ଦର୍ଶକ ବେଶ୍‌ ପସନ୍ଦ କରିଥାନ୍ତି। ଦୁହେଁ, ‘ଦରିଆ ଦିଲ୍‌’, ‘କୁଲି ନମ୍ୱର-୧’, ‘ଛୋଟେ ସରକାର’, ‘ଆଖେଁ’, ‘ତେରୀ ପାୟଲ୍‌ ମେରେ ଗୀତ’, ‘ଆଣ୍ଟି ନମ୍ୱର-୧’, ‘ହିରୋ ନମ୍ୱର-୧’, ‘ଦୁଲ୍ଲେ ରାଜା’ ପରି ଅନେକ ଫିଲ୍ମରେ ଏକା ସଙ୍ଗରେ କାମ କରିଛନ୍ତି।

 



from Odisha Reporter http://bit.ly/2TkTm7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages