୧ ରନ୍‌ କଲେ, କିନ୍ତୁ ବିଶ୍ୱରେକର୍ଡ ରଚିଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

୧ ରନ୍‌ କଲେ, କିନ୍ତୁ ବିଶ୍ୱରେକର୍ଡ ରଚିଲେ ଧୋନି

ସିଡ୍‌ନୀ: ପଞ୍ଚମ ଭାରତୀୟ ଭାବେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ଭାରତ ପାଇଁ ୧୦ ହଜାର ରନ୍‌ର କ୍ରିକେଟ୍‌ କ୍ଲବ୍‌ରେ ସାମିଲ ହୋଇପାରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ଆଜିର ମ୍ୟାଚ୍‌ରୁ ମାତ୍ର ୧ ରନ୍‌ ଦରକାର ପଡ଼ୁଥିଲା, ଯାହାକି ଝାଇ ରିଚାର୍ଡସନ୍‌ଙ୍କ ଓଭର୍‌ରେ ସମ୍ଭବ ହୋଇପାରିଥିଲା।

ସେ ଏହି ରେକର୍ଡ ହାସଲ କରିବାପରେ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଏବଂ ବିରାଟ କୋହଲିଙ୍କ ସହିତ ସାମିଲ ହୋଇପାରିଛନ୍ତି। ଯଦିଓ ସେ ପୂର୍ବରୁ ଏହି ମାଇଲଖୁଣ୍ଟ ଛୁଇଁସାରିଛନ୍ତି ସେଥିରୁ ୧୭୪ ରନ୍‌ ସେ ଏସିଆ ଏକାଦଶ ପାଇଁ ସ୍କୋର କରିଥିଲେ।

ମାଟ ଉପରେ ସେ ବିଶ୍ୱର ତ୍ରୟୋଦଶ ଖେଳାଳି ଭାବରେ ଏହା ହାସଲ କରିଛନ୍ତି। ଏଥିପାଇଁ ସେ ୩୩୦ଟି ଦିନିକିଆ ଖେଳିଛନ୍ତି ଏବଂ ତାଙ୍କର ଆଭରେଜ୍‌ ୪୯.୭୫ ରହିଛି। ଏଥିରେ ୯ ଶତକ ଏବଂ ୬୭ ଅର୍ଦ୍ଧଶତକ ରହିଛି। ଭାରତର ୫ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କ ବ୍ୟତୀତ କୁମାର ସାଙ୍ଗାକାରା, ରିକି ପଣ୍ଟିଂ, ସନଥ ଜୟସୁରିଆ, ମାହେଲା ଜୟବର୍ଦ୍ଧନେ, ଇଞ୍ଜମାମ୍‌ ଉଲ୍‌ ହକ୍‌, ଜ୍ୟକ୍ସ୍‌ କାଲିସ୍‌, ବ୍ରାଏନ୍‌ ଲାରା ଏବଂ ତିଲକରତ୍ନେ ଦିଲସାନ୍‌ ଏହି ରେକର୍ଡ ହାସଲ କରିଛନ୍ତି।

କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏହି କ୍ଲବ୍‌ରେ ପ୍ରଥମେ ପାଦ ରଖିଥିଲେ। ଧୋନି ୨୦୦୪ ଡିସେମ୍ବର ୨୩ରେ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ, କିନ୍ତୁ ରନ୍‌ ଆଉଟ୍‌ ହୋଇ ଖାତା ଖୋଲିପାରିନଥିଲେ।



from Odisha Reporter http://bit.ly/2TJE9gm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages