୨୫ରେ ମହାଖୁଲାସା କରିବେ ଶ୍ରୀକାନ୍ତ, ‘ମୁହଁ ଦେଖାଇପାରିବେନି ରାହୁଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

୨୫ରେ ମହାଖୁଲାସା କରିବେ ଶ୍ରୀକାନ୍ତ, ‘ମୁହଁ ଦେଖାଇପାରିବେନି ରାହୁଲ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ରାଜ୍ୟରେ ଜିତ୍‌ ପରେ ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ସେହିଦିନ ମହାଖୁଲାସା କରିବେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଯାହା ଶୁଣିବା ପରେ ରାହୁଲ ଗାନ୍ଧି କୁଆଡ଼େ ସାରା ଭାରତରେ କେଉଁଠି ବି ମୁହଁ ଦେଖାଇପାରିବେ ନାହିଁ। ଗତକାଲି କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେବା ପରେ ଆଜି ଏହି ସୂଚନା ଦେଇଛନ୍ତି ଶ୍ରୀକାନ୍ତ।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ଭାରତବର୍ଷରେ ସବୁ ରାଜ୍ୟରେ ମଣ୍ଡଳ କମିଶନର ସୁପାରିସ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ଆଜିପର୍ଯ୍ୟନ୍ତ ହୋଇପାରି ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ଦାବି କରିଥିଲି। ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତି ହେଉଛି, ଓଡ଼ିଶାରେ କେବଳ ପଟ୍ଟନାୟକଙ୍କ ଶାସନ ରହିବ। ସେଥିଲାଗି ଗତକାଲି ସେ (ରାହୁଲ) ମହାଗଠବନ୍ଧନ ଘୋଷଣା କଲେ। ଏହି ମହାଗଠବନ୍ଧନ ରାହୁଲ ଗାନ୍ଧି ଓ ନବୀନ ପଟ୍ଟନାୟକଙ୍କ ଭିତରେ ହୋଇଛି। ଆଉ ରାହୁଲ ନିଜକୁ ଖଣି ମାଫିଆଙ୍କ ଭିତରେ ସାମିଲ କଲେ। ଏପରିକି ଖଣି ମାଫିଆଙ୍କ ପାଖରେ ମୁଣ୍ଡ ନୁଆଁଇଲେ। ମୁଁ ଆଜି ବି ବିଶ୍ୱାସ କରିପାରୁ ନାହିଁ ଯେଉଁ କଂଗ୍ରେସ ଦଳ ଗାନ୍ଧି, ନେହରୁ, ଆମ୍ୱେଦକର ଓ ଗୋପବନ୍ଧୁଙ୍କ ଆଦର୍ଶରେ ଓଡ଼ିଶାରେ ଗଢ଼ି ଉଠିଥିଲା, ଆଜି ସେଇ କଂଗ୍ରେସର ପ୍ରତିନିଧିତ୍ୱ କରିବେ ଜଣେ ‘ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି’। ଯାହାକୁ ଓଡ଼ିଶା ହାଇକୋର୍ଟ ଲାଞ୍ଚ ଦେଇଥିବା ବ୍ୟକ୍ତି ବୋଲି ଭର୍ତ୍ସନା କରିଥିଲେ। ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକ ଯେଉଁ ଖଣି ମାଫିଆଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଟ୍‌ କରିବାର ସୁଯୋଗ ଦେଲେ, ପରବର୍ତ୍ତୀ ସମୟରେ ତାଙ୍କ ସାଙ୍ଗରେ ହାତ ମିଳାଇଲେ। ଏପରିକି ତାଙ୍କ ନିକଟରେ ଆତ୍ମସମର୍ପଣ କରିଦେଲେ।”

ସେ କହିଛନ୍ତି-“ଓଡ଼ିଶାରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଖଣି ମାଫିଆଙ୍କ ମହାଗଠବନ୍ଧନ ହୋଇଛି। ଏ ସମ୍ପର୍କରେ ଜଣାଇବା ପାଇଁ ମୁଁ ଲୋକଙ୍କ ପାଖକୁ ଯିବି। ଓଡ଼ିଶାରେ ପଟ୍ଟନାୟକ ଶାସନ ଧ୍ୱଂସ କରିବା ପାଇଁ ଖଣି ମାଫିଆଙ୍କ କବଳରୁ ଓଡ଼ିଶାକୁ ମୁକ୍ତି ଦେବାକୁ ରାଜ୍ୟର ପ୍ରତି କୋଣ ଅନୁକୋଣରେ ବୁଲି ଲୋକଙ୍କୁ କହିବି। ଗତ ୪୦ ବର୍ଷ ହେଲା କେମିତି ଲୁଟିଛନ୍ତି ତାହାର ଚିତ୍ର ଲୋକଙ୍କୁ ଦେଖାଇବି। ଆଜି ମୁଁ ଏହି ପ୍ରତିଜ୍ଞା ନେଉଛି।”

ସେ ଆହୁରି କହିଛନ୍ତି-“ରାହୁଲ ଗାନ୍ଧି ଦିଲ୍ଲୀରେ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରୁଛନ୍ତି। ହେଲେ ଖଣି ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କଂଗ୍ରେସ ବନ୍ଧୁମାନଙ୍କୁ ମୋର ପରାମର୍ଶ ସେ ଯଦି କଂଗ୍ରେସ ଦଳରେ ରହିବାକୁ ଚାହୁଁନ୍ତି, ତାହାହେଲେ ସେମାନେ ଗୋଟିଏ ସ୍ଲୋଗାନ୍‌ ଦେଇ ଲୋକଙ୍କ ନିକଟକୁ ଯାଆନ୍ତୁ। ରାହୁଲା ଗାନ୍ଧିଙ୍କ ଜିନ୍ଦବାଦ୍‌ କରନ୍ତୁ, ନବୀନ ପଟ୍ଟନାୟକଙ୍କ ଜିନ୍ଦାବଦ୍ କରନ୍ତୁ। ନିରଞ୍ଜନଙ୍କ ଭାଇ ସୋମ୍ୟ (ସୌମ୍ୟରଞ୍ଜନ ପଟ୍ଟନାୟକ)ଙ୍କ ଜିନ୍ଦାବାଦ୍ କରନ୍ତୁ। ଓଡ଼ିଶାର ଗରିବୀ ଅମର ରହେ ବୋଲି ମଧ୍ୟ କୁହନ୍ତୁ।”



from Odisha Reporter http://bit.ly/2QXQYSx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages