୪ ଓଭରରେ ୪ ରନ୍‌ ପାଇଁ ୩ ୱିକେଟ୍‌ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

୪ ଓଭରରେ ୪ ରନ୍‌ ପାଇଁ ୩ ୱିକେଟ୍‌ ହରାଇଲା ଭାରତ

ସିଡ୍‌ନୀ: ୨୮୯ ରନ୍‌ ମଧ୍ୟ ଭାରତ ପାଇଁ ବୋଝ ସଦୃଶ ସାବ୍ୟସ୍ତ ହୋଇଛି। କାରଣ ୪ ଓଭର ସରିବା ଆଗରୁ ହିଁ ୪ ରନ୍‌ ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ହରାଇସାରିଛି ଭାରତ। ଏହାଫଳରେ ୩ଟିକିଆ ଦିନିକିଆ ସିରିଜ୍‌ରେ ଭାରତ ପ୍ରଥମରୁ ଝୁଣ୍ଟିବାର ଆଶଙ୍କା ସୃଷ୍ଟି ହୋଇଛି।

ପ୍ରଥମ ଓଭରର ଶେଷ ବଲ୍‌ରେ ଏଲ୍‌ବିଡବ୍ଲୟୁ ଆଉଟ୍‌ ହୋଇଥିବା ଓପନର ଶିଖର ଧୱନ୍‌ ଖାତା ଖୋଲିପାରିନଥିଲେ। ସେ ପ୍ରଥମ ବଲ୍‌ ସାମ୍ନା କରୁକରୁ ହିଁ ଜାସନ୍‌ ବେରେନ୍‌ଡ୍ରଫ୍‌ଙ୍କ ଶିକାର ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ମାତ୍ର ୧ ରନ୍‌ରେ ପହଞ୍ଚିଥିଲା।

ଏହାପରେ ବ୍ୟାଟିଂ ଆସିଥିବା ବିରାଟ କୋହଲି ଝାଇ ରିଚାର୍ଡସନ୍‌ଙ୍କ ବୋଲିଂରେ ମାର୍କସ୍‌ ଷ୍ଟୋଇନିସ୍‌ଙ୍କ ହାତରେ ଧରାପଡ଼ିଥିଲେ। ସେତେବେଳେ ତାଙ୍କ ବ୍ୟକ୍ତିଗତ ସ୍କୋର ୩ ରନ୍‌ ଥିଲା ଏବଂ ଦଳୀୟ ସ୍କୋର ୪ ରନ୍‌ରେ ପହଞ୍ଚିଥିଲା।

ଏହାପରେ ଭାରତର ତୃତୀୟ ବ୍ୟାଟସମ୍ୟାନ୍‌ଭାବେ ଜାସନ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ଅମ୍ବାତି ରାୟଡ଼ୁ। ସେ ମଧ୍ୟ ୨ଟି ବଲ୍‌ ଖେଳି ଖାତା ଖୋଲିପାରିନଥିଲେ। ଜାସନ୍‌ ଦୁଇଟିଯାକ ୱିକେଟ୍‌ ଏଲ୍‌ବିଡବଲ୍‌ୟୁରୁ ପାଇଛନ୍ତି।



from Odisha Reporter http://bit.ly/2VLEmlm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages