
ଆସିକା (ମନୋଜ ମୁନି): ଜଣେ ବ୍ୟାଙ୍କ କ୍ୟାସିଅରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବିନାୟକ ବେହେରା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।
ବିନାୟକ ଆସିକାର ମୁଣ୍ଡମରାଇ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତଦେହ ମୁଣ୍ଡରାଇ କଲେଜ୍ ନିକଟ ପାହାଡ଼ ପାଖରେ ପଡ଼ିଥିଲା।
ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ସହିତ ବିନାୟକଙ୍କର ପ୍ରେମ ସଂପର୍କ ଥିଲା। ଏପରିକି ଗତକାଲି ରାତିରେ ସେ ଝିଅ ତାଙ୍କ ଘରକୁ ଆସିଥିଲା ବୋଲି କୁହାଯାଉଛି। ପୁଲିସ୍ ସେ ଝିଅ ଓ ତାଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରୁଛି।
ବିନାୟକ ପ୍ରଥମେ ସେନା ବାହିନୀରେ କାର୍ଯ୍ୟ କରୁଥିଲେ। ସେଠାରୀ ଅବସର ନେଇ ଆସିବା ପରେ ୩ ବର୍ଷ ହେଲା ମୁଣ୍ଡମରାଇରେ ଆନ୍ଧ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିଲେ।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି।
from Odisha Reporter http://bit.ly/2Duvv09
No comments:
Post a Comment