ଜେଲ୍‌ରେ ଖେଳ କରୁଛି ପୁଞ୍ଜିଲାଲ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଜେଲ୍‌ରେ ଖେଳ କରୁଛି ପୁଞ୍ଜିଲାଲ୍!

punjilalpatanagarh

ପାଟଣାଗଡ଼(ବଂଶୀଧର ସେଠ୍‌): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନାଁରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ପାଟଣାଗଡ଼ ଜେଲ୍‌ରେ ଥିବା ପୁଞ୍ଜିଲାଲ ୭ ଜଣ ଡକାୟତଙ୍କୁ ଜେଲ୍‌ରୁ ଚମ୍ପଟ ମାରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଡକାୟତମାନେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଜେଲ୍‌ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଧସ୍ତାଧସ୍ତି ପରେ ସେମାନଙ୍କୁ ଜେଲ୍ କର୍ମଚାରୀ କାବୁ କରି ନେଇଥିଲେ। ଏବେ ଏ ଘଟଣା ପାଟଣାଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଞ୍ଜିଲାଲର ଏଭଳି କାର୍ଯ୍ୟ ପଛରେ ଏକ ଉଦ୍ଦେଶ୍ୟ ରହିଛି। ସେ ଚାହୁଁଛି ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଉ। କିନ୍ତୁ ତାକୁ ସ୍ଥାନାନ୍ତର କରାଯାଉନି। ସେଥିପାଇଁ ସେ ଏମିତି ଏକ ଖେଳ ଖେଳିଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ଏ ଘଟଣା ପରେ ପୁଞ୍ଜିଲାଲ ଜେଲ୍‌ରେ ଥିବା ଅନ୍ତେବାସୀମାନଙ୍କୁ ନ ଖାଇବା ପାଇଁ ଉସୁକାଉଛି। ମାଜିଷ୍ଟ୍ରେଟ୍ ଆସି ସବୁ କଥା ବୁଝିଲେ ଯାଇ ଖାଇବ ବୋଲି କହୁଛି।

ଏନେଇ ପାଟଣାଗଡ଼ ଜେଲ ଅଧୀକ୍ଷକ ପ୍ରଦୀପ୍ତ ମହାଲିଙ୍ଗମ କହିଛନ୍ତି, “ସେ (ପୁଞ୍ଜିଲାଲ) ସମସ୍ତଙ୍କୁ ଖାଇବାକୁ ମନା କରିଛି। ମାଜିଷ୍ଟ୍ରେଟ୍‌ ଆସିଲେ ଯାଇ ଖାଇବ ବୋଲି କହିଛି। ଜେଲ୍‌ କର୍ମଚାରୀ ଖରାପ ବ୍ୟବହାର କରୁଥିବା କହି ସେ ସେମାନ (ଜେଲ୍ ଅନ୍ତେବାସୀ)ଙ୍କୁ ଉସକାଉଛି।”

ଏ ଘଟଣା ସାମ୍ନାକୁ ଆସିବା ପରେ ଡିଜିପି ରାଜେନ୍ଦ୍ର ଶର୍ମା ପାଟଣାଗଡ଼ ଜେଲ୍ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଛନ୍ତି। ପୂରା ଘଟଣାରେ ପୁଞ୍ଜିଲାଲର କ’ଣ ଭୂମିକା ରହିଛି ସେ ନେଇ ରିପୋର୍ଟ ମଗାଯାଇଥିବା ଡିଜିପି କହିଛନ୍ତି। ରିପୋର୍ଟ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯିବ କି ନାହିଁ, ସେ ନେଇ ରିପୋର୍ଟ ଆସିବା ପରେ ଯାଇ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଗତବର୍ଷ ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କର ଜଣେ ସଂପର୍କୀୟ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସୌମ୍ୟଶେଖରଙ୍କ ମା’ଙ୍କ ସହିତ ପୁଞ୍ଜିଲାଲଙ୍କ ଶତ୍ରୁତା ଥିଲା। କଲେଜ ଅଧ୍ୟକ୍ଷ ପଦକୁ ନେଇ ଏହି ଶତ୍ରୁତା ସୃଷ୍ଟି ହୋଇଥିଲା। ସେହି କାରଣରୁ ପୁଞ୍ଜିଲାଲ ଏଭଳି ଏକ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି।



from Odisha Reporter http://bit.ly/2TaMrhN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages