ପୋଲ ତଳୁ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ପୋଲ ତଳୁ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

sam

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଆଜି ସକାଳେ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

ଯୁବତୀଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଂଶରେ କ୍ଷତ ଚିହ୍ନ ରହିଛି। ତାଙ୍କ ପରିଚୟ ମିଳିପାରି ନାହିଁ। ବୁର୍ଲା ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଆଜି ସକାଳେ ପୋଲ ତଳେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ମୃତ ଯୁବତୀ ଜିନ୍ସ ପ୍ୟାଣ୍ଟ, ଜ୍ୟାକେଟ୍‌ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା।

ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।



from Odisha Reporter http://bit.ly/2AmCKp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages