ଉତ୍କଟ ହେଲାଣି ବେକାରୀ ସମସ୍ୟା, ଭାଙ୍ଗିଲା ୪୫ ବର୍ଷର ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ଉତ୍କଟ ହେଲାଣି ବେକାରୀ ସମସ୍ୟା, ଭାଙ୍ଗିଲା ୪୫ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଏନ୍‌ଡିଏ ଶାସନ କାଳରେ ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ମୋଦି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି। ୨୦୧୭-୧୮ ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବେକାରୀ ହାର ଦେଶରେ ୬.୧% ରହିଥିବା ନ୍ୟାଶନାଲ ସାମ୍ପଲ ଅଫିସର(ଏନ୍‌ଏସ୍‌ଏସ୍‌ଓ) ପିରିଅଡିକ୍‌ ଲେବର ଫୋର୍ସ ସର୍ଭେ(ପିଏଲ୍‌ଏଫ୍‌ଏସ୍‌) ପକ୍ଷରୁ କୁହାଯାଇଛି।

ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନଥିଲେ ହେଁ ବିଜନେସ୍‌ ଷ୍ଟାଣ୍ଡାର୍ଡ ଖବରକାଗଜ ଏହି ଦସ୍ତାବିଜ୍‌କୁ ହାସଲ କରିବାରେ ସକ୍ଷମ ହୋଇଛି।

ଡିସେମ୍ବର ମାସରେ ଜାତୀୟ ପରିସଂଖ୍ୟାନ କମିଶନ ଦେଶର ବେକାରୀ ହାର ତଥ୍ୟକୁ ସାର୍ବଜନୀନ କରିବାକୁ କହିଥିଲେ ହେଁ ଏନ୍‌ଏସ୍‌ଏସ୍‌ଓ ଏହାକୁ ଖାତିର କରି ନଥିଲା। ଖାସ୍‌ ସେଥିପାଇଁ ମଙ୍ଗଳବାର ତଥ୍ୟ ସଂଗ୍ରହ କରୁଥିବା ପ୍ୟାନେଲରୁ ଦୁଇ ଜଣ ସଦସ୍ୟ ଇସ୍ତଫା ମଧ୍ୟ ଦେଇଥିଲେ।

ଆସନ୍ତାକାଲି କେନ୍ଦ୍ର ସରକାର ସଂସଦରେ କାମଚଳା ବଜେଟ୍‌ ଉପସ୍ଥାପନ କରିବେ। ନିର୍ବାଚନ ଆଗକୁ ଥିବାରୁ ନିଶ୍ଚିତ ଭାବେ କାମଚଳା ବଜେଟ୍‌ରେ ଲୋଭନୀୟ ଯୋଜନା ଘୋଷଣା କରାଯିବ। ତେବେ ଏହି କାମଚଳା ବଜେଟ୍‌ ପୂର୍ବରୁ ଦେଶର ବେକାରୀ ସମସ୍ୟା ଉତ୍କଟ ରହିଥିବା ତଥ୍ୟ ମୋଦି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ରିପୋର୍ଟ ଅନୁସାରେ, ୧୯୭୨-୭୩ରୁ କେବେ ହେଲେ ଦେଶରେ ବେକାରୀ ହାର ୬.୧% ରହି ନଥିଲା। ୨୦୧୧-୧୨ରେ ଦେଶର ବେକାରୀ ହାର ୨.୨% ରହିଥିଲା।

ଏହି ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ୧୩% ରହିଥିବା ବେଳେ ଏବେ ୨୭% ରହିଛି। ସହରାଞ୍ଚଳରେ ବେକାରୀ ହାର ୭.୮% ରହିଥିବା ବେଳେ ଗ୍ରାମାଞ୍ଚଳରେ ୫.୩% ରହିଛି।

ଗ୍ରାମାଞ୍ଚଳରେ ୧୫ରୁ ୨୯ ବର୍ଷର ଯୁବକଙ୍କ ମଧ୍ୟରେ ବେକାରୀ ସମସ୍ୟା ଅଧିକ ରହିଛି। ୨୦୧୧-୧୨ରେ ଏହା ୫% ଥିବା ବେଳେ ୨୦୧୭-୧୮ରେ ଏହା ୧୭.୪%କୁ ବୃଦ୍ଧି ପାଇଛି।

ସେହିପରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ବେକାରୀ ହାର ୨୦୧୧-୧୨ରେ ୪.୮% ରହିଥିବା ବେଳେ ୨୦୧୭-୧୮ରେ ଏହା ୧୩.୬% ରହିଛି।

ସହରାଞ୍ଚଳରେ ପୁରୁଷ ବେକାରୀ ହାର ୧୮.୭% ରହିଥିବା ବେଳେ ମହିଳା ବେକାରୀ ହାର ୨୭.୨% ରହିଛି।

ଦିନକୁ ଦିନ ଅଧିକରୁ ଅଧିକ ଲୋକ କାମ କରିବାରୁ ମୁହଁ ଫେରାଇ ନେଉଛନ୍ତି। ଫଳରେ ଶ୍ରମଶକ୍ତି ଗତବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ୨୦୧୧-୧୨ରେ ଶ୍ରମଶକ୍ତିର ହାର ୩୯.୫% ରହିଥିବା ବେଳେ ୨୦୧୭-୧୮ରେ ୩୬.୯%କୁ ହ୍ରାସ ପାଇଛି।

୨୦୧୬ ବିମୁଦ୍ରାକରଣ ପରେ ସଂସ୍ଥାର ଏହା ପ୍ରଥମ ସର୍ଭେ ରିପୋର୍ଟ। ବିମୁଦ୍ରାକରଣ ପରେ ଦେଶରେ ବେକାରୀ ସମସ୍ୟା ବଢ଼ିଛି ବୋଲି ଏଥିରେ କୁହାଯାଇଛି। ୨୦୧୭ ଜୁଲାଇରୁ ୨୦୧୮ ଜୁନ୍‌ ମଧ୍ୟରେ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।



from Odisha Reporter http://bit.ly/2FWuIHG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages