
ବାରିପଦା(ଓଡ଼ିଶା ରିପୋର୍ଟର)ବାରିପଦାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ଲାଗି ରିଂଗ ରୋଡ୍ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହ ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇଦେବେ ବୋଲି ସେ କହିଛନ୍ତି।
ଏହା ବ୍ୟତୀତ ଦୀର୍ଘ ବର୍ଷ ହେଲା ବାରିପଦାରେ ଚାଲିଥିବା ଆୟୂର୍ବେଦ କଲେଜକୁ ସରକାରୀ କରିବା ଲାଗି ବିଚାର କରିବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି। ଛଉନୃତ୍ୟର ବିକାଶ ଓ ନୂଆ କଳାକାର ସୃଷ୍ଟି ପାଇଁ ବାରିପଦାରେ ଛଉନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାରିପଦାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ପରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ସବୁ ଘୋଷଣା କରିଛନ୍ତି ନବୀନ। ବାରିପଦାରେ ପହଞ୍ଚି ୧୯ ନମ୍ବର ରାଜପଥରେ ଚମ୍ପା ନଦୀ ଉପରେ ପୋଲ, ଉଦଳାରେ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟର ଉଦ୍ଘାଟନ କରିଥିଲେ।
ସେହିପରି ମହାରାଜା ପୂର୍ଣ୍ଣଚନ୍ଦ୍ର ଅଟୋନମସ କଲେଜର ଛାତ୍ରୀନିବାସ,ଏମ୍ପିସି ଜୁନିଅର କଲେଜର ଛାତ୍ରୀନିବାସ ସହ ତିନିଟି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ ନବୀନ। ଏହାସହ ବୁଢ଼ାବଳଙ୍ଗ ନଦୀ ଉପରେ ପୋଲ ସହ ଅନେକଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶେଷରେ ମିଶନ ଶକ୍ତି ସମାବେଶରେ ଯୋଗଦେଇଥିଲେ।
from Odisha Reporter http://bit.ly/2sXfFoQ
No comments:
Post a Comment