କଂଗ୍ରେସରେ ମିଶିଲେ ପଞ୍ଚାନନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

କଂଗ୍ରେସରେ ମିଶିଲେ ପଞ୍ଚାନନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି। ପଞ୍ଚାନନ ଓ ଅନୀଲଙ୍କ ମିଶ୍ରଣ ଦ୍ୱାରା କଂଗ୍ରେସ ସାଂଗଠନିକ କଳେବର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଶ୍ରୀ କାନୁନଗୋ ୨୦୦୬ ମସିହାରେ ସେ ବିଜେଡି ଛାଡ଼ିଥିଲେ । ଅଣକଂଗ୍ରେସ ରାଜନୀତିର ଜଣେ ଆଗଧାଡ଼ିର ନେତା ଶ୍ରୀ କାନୁନଗୋ ପ୍ରଥମଥର ପାଇଁ ୧୯୭୭ ମସିହାରେ ଗୋବିନ୍ଦପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକ ସରକାରରେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାହୁଲଙ୍କ ଓଡ଼ିଶା ଗସ୍ତ ସମୟରେ ଶ୍ରୀ କାନୁନଗୋ କଂଗ୍ରେସରେ ଆନୁଷ୍ଠାନିକ ଭାବେ ସାମିଲ ହେବେ ବୋଲି ‘ଓଡ଼ିଶା ରିପୋର୍ଟର’ ୪ଦିନ ପୂର୍ବରୁ ଖବର ପ୍ରସାରିତ କରିଥିଲା।



from Odisha Reporter http://bit.ly/2sMUjKx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages