
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଅଙ୍ଗନଓ୍ୱାଡି କର୍ମୀଙ୍କ ଦରମା ବୃଦ୍ଧି ଘୋଷଣାକୁ ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ଗଞ୍ଜାମ ଜିଲ୍ଲା ଶାଖା ସାଂଘାତିକ ଅଭିଯୋଗ ଆଣିଛି। ରାଜ୍ୟ ସରକାରଙ୍କ ଦରମା ବୃଦ୍ଧି ଘୋଷଣାକୁ ସଂଘ ମିଥ୍ୟା ବୋଲି କହିଛି।
ଗତ ୧୨ ତାରିଖ (ଶନିବାର)ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଦରମା ୧୫ ଶହ ଟଙ୍କା ବୃଦ୍ଧି କରାଯିବ। ଏହାଦ୍ୱାରା ସେମାନେ ୬ହଜାର ଟଙ୍କା ବଦଳରେ ୭ ହଜାର ୫ଶହ ଟଙ୍କା ପାଇବେ ବୋଲି କୁହାଯାଇଥିଲା।
ତେବେ ଗଞ୍ଜାମ ଜିଲ୍ଲା ଶାଖା ଅଭିଯୋଗ କରିଛି, କେନ୍ଦ୍ର ସରକାର ଗତ ସେପ୍ଟେମ୍ୱର ମାସରୁ ଆମମାନଙ୍କ ଦରମା ୩ ହଜାରରୁ ବୃଦ୍ଧି କରି ୪ ହଜାର ୫ଶହ ଟଙ୍କା କରିଥିଲେ। ରାଜ୍ୟ ସରକାର ନିଜର ୩ ହଜାର ସହ ଅଙ୍ଗନଓ୍ୱାଡି କର୍ମୀଙ୍କୁ ୬ ହଜାର ଟଙ୍କା ଦେଉଥିଲେ। କେନ୍ଦ୍ର ସରକାର ଘୋଷଣା କରିଥିବା ୧୫ ଶହ ଟଙ୍କା ଦିଆଯାଉ ନଥିଲା। ଆଉ ଏବେ ରାଜ୍ୟ ସରକାର ଚତୁରତା ସହ କେନ୍ଦ୍ର ସରକାର ବଢ଼ାଇଥିବା ଅର୍ଥକୁ ନିଜେ ବଢ଼ାଇଛି କହି ପ୍ରଶଂସା ନେଉଛନ୍ତି। ଏଥିସହ ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ଭୂଆଁ ବୁଲାଉଥିବା ସଂଘ ଅଭିଯୋଗ କରିଛି। ଏହାକୁ ନେଇ ଆଗାମୀ ଦିନରେ ରାଜ୍ୟ ସାରା ବିରୋଧ କରାଯିବ ବୋଲି ସଂଘ କହିଛି।
from Odisha Reporter http://bit.ly/2ForaOh
No comments:
Post a Comment