ଅଷ୍ଟ୍ରେଲିଆରେ ଇତିହାସ ରଚିବା ପରେ ଏମିତି କହିଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଅଷ୍ଟ୍ରେଲିଆରେ ଇତିହାସ ରଚିବା ପରେ ଏମିତି କହିଲେ ବିରାଟ

viratkohli

ନୂଆଦିଲ୍ଲୀ: ୭୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ୧୧ଟି ଟେଷ୍ଟ୍ ସିରିଜ୍‌ ଖେଳିବା ପରେ ୧୨ତମ ଟେଷ୍ଟ ସିରିଜ୍‌ରେ ମିଳିଛି ସେହି ସଫଳତା ଯାହା ବିଷୟରେ ଶୁଣିବା ପାଇଁ ୫ ଦିନ ହେଲା ଅପେକ୍ଷା କରି ରହିଥିଲେ ସମସ୍ତ ଭାରତୀୟ। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିଛି ଭାରତ। ୨-୧ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଏହା କରି ଦେଖାଇଛି।

ଅଷ୍ଟ୍ରେଲିଆରେ ଏହି ଇତିହାସ ରଚିବା ସହିତ ଭାରତୀୟ ଟିମ୍ ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ରେକର୍ଡ। ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ଅଧିନାୟକ ଭାବେ ସେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ୍ ସିରିଜ୍ ଜିତିଛନ୍ତି।

ଏହି ଐତିହାସିକ ବିଜୟ ପରେ ଖୁସିରେ ବିଭୋର ହୋଇଯାଇଥିବା ବିରାଟ କହିଛନ୍ତି,“ବର୍ତ୍ତମାନ ପର୍ଯ୍ୟନ୍ତ ଏହା ମୋର ଶ୍ରେଷ୍ଠ ସଫଳତା। ସବୁ ସଫଳତାର ଉପରେ ଏହା ରହିବ। ଯେତେବେଳେ ଆମେ ବିଶ୍ୱକପ୍ ଜିତିଥିଲୁ, ସେତେବେଳେ ମୁଁ ଯୁବ ଖେଳାଳି ଥିଲି। ସେତେବେଳେ ମୁଁ ଅନ୍ୟମାନଙ୍କୁ ଭାବୁକ ହୋଇଯିବାର ଦେଖିଛି।”

ସେ କହିଛନ୍ତି,“କେବଳ ଗୋଟିଏ ଶବ୍ଦ କହିବି- ମୁଁ ଖୁବ୍ ଗର୍ବିତ। ଏଭଳି ଖେଳାଳିମାନଙ୍କର ନେତୃତ୍ୱ ନେବା ମୋ ପାଇଁ ସମ୍ମାନର କଥା। ଏହି ମୁହୂର୍ତ୍ତକୁ ମୁଁ ଉପଭୋଗ କରିବାକୁ ଚାହେଁ।”

ଏହା ସହିତ ବିରାଟ କୋହଲି ତାଙ୍କ ଟିମ୍‌କୁ ଖୁବ୍ ପ୍ରଶଂସା କରିଛନ୍ତି।

ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା। ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ବିଶ୍ୱକପ୍ ଜିତିଥିବା ବେଳେ ବିରାଟ ବି ସେହି ଟିମ୍‌ରେ ଥିଲେ। ବିରାଟଙ୍କ ନେତୃତ୍ୱରେ ଦଳ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ରେ ବି ବିଜୟ ହାସଲ କରିଛି।



from Odisha Reporter http://bit.ly/2SAJGpw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages