ଭାରତ ବ୍ୟାଟିଂ କରୁଛି, ଶୁଭମନ୍‌ ଟିମ୍‌ରେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଭାରତ ବ୍ୟାଟିଂ କରୁଛି, ଶୁଭମନ୍‌ ଟିମ୍‌ରେ ସାମିଲ

rohit

ହାମିଲ୍‌ଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଚତୁର୍ଥ ଦିନିକିଆ ଖେଳାଯାଉଛି। ଆଜି ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରୁଛି।

୫ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍‌କୁ ଭାରତ ୩-୦ରେ ଜିତି ସାରିଛି। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଯୋଗୁ ତାଙ୍କ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଜି ଟିମ୍ ପଡ଼ିଆକୁ ଓହ୍ଲାଇଛି।

ଟିମ୍‌ ଇଣ୍ଡିଆରେ ଆଜି ଜଣେ ନୂଆ ଖେଳାଳି ଖେଳୁଛନ୍ତି। ସେ ହେଉଛନ୍ତି ଶୁଭମନ୍‌ ଗିଲ୍‌। ତାଙ୍କର ଏହା ଡେବ୍ୟୁ ମ୍ୟାଚ୍‌। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଖଲିଲ ଅହମଦଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ଟିମ୍‌ ଇଣ୍ଡିଆରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି- ଶିଖର ଧୱନ, କେଦାର ଯାଦବ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଭୁବନେଶ୍ୱର କୁମାର।

subhamanସେହିଭଳି ନ୍ୟୁଜିଲ୍ୟାଣ୍ଡ ଟିମ୍‌ରେ ଅଛନ୍ତି- ମାର୍ଟିନ ଗପ୍ଟିଲ, ହେନରୀ ନିକୋଲସ୍‌, କେନ୍‌ ୱିଲିୟମସନ୍‌(ଅଧିନାୟକ), ରସ୍‌ ଟେଲର, ଟମ୍‌ ଲାଥାମ, ଜେ ନୀଶମ୍‌, ମିଚେଲ ସାଣ୍ଟନର, କଲିନ୍‌ ଡି ଗ୍ରାଣ୍ଡହୋମ, ଟୋଡ୍‌ ଆଷ୍ଟେଲ, ଏମ୍‌ ହେନ୍‌ରୀ ଓ ଟ୍ରେଣ୍ଟ ବୋଲ୍ଟ।



from Odisha Reporter http://bit.ly/2TiU3Pi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages