ଟି-୨୦ ବିଶ୍ୱକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟ ଖେଳିବେନି ଭାରତ ଓ ପାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଟି-୨୦ ବିଶ୍ୱକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟ ଖେଳିବେନି ଭାରତ ଓ ପାକ୍‌

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ୨୦୨୦ରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଚାଲିବ। ତେବେ ୨୦୧୯ର ପ୍ରଥମ ଦିନରେ ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ସୁପର ୧୨ ଷ୍ଟେଜ୍‌କୁ ସିଧାସଳଖ କ୍ୱାଲିଫାଏ କରିଥିବା ଟିମ୍‌ ଗୁଡ଼ିକର ନାଁ ଘୋଷଣା କରିଛି। ସିଧାସଳଖ ସୁପର ୧୨ ଷ୍ଟେଜ୍‌କୁ କ୍ୱାଲିଫାଏ କରିଥିବା ଟିମ୍‌ ଗୁଡ଼ିକ ମଧ୍ୟରେ ଭାରତ ଓ ପାକିସ୍ତାନ ରହିଛନ୍ତି।

ଭାରତ ଏବେ ଆଇସିସି ଟି-୨୦ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧ ନମ୍ବର ସ୍ଥାନରେ ରହିଛି। ଏହି ଦୁଇ ହେଭିୱେଟଙ୍କ ବ୍ୟତୀତ ସିଧାସଳଖ ସୁପର ୧୨କୁ କ୍ୱାଲିଫାଏ କରିଥିବା ଦଳଗୁଡ଼ିକ ହେଲା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫ୍‌ଗାନିସ୍ତାନ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଅଫ୍ରିକା।

ବିଶ୍ୱ ଚାମ୍ପିୟନ ତଥା ୩ ଥରର ରନର୍ସଅପ୍‌ ଶ୍ରୀଲଙ୍କା ସହ ବାଂଲାଦେଶ ଟି-୨୦ ବିଶ୍ୱକପ୍‌ ଖେଳିବାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ଏମାନଙ୍କୁ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ପଡ଼ିବ। କାରଣ ନିୟମ ଅନୁସାରେ ପ୍ରଥମ ୮ଟି ଦଳ(ରାଙ୍କିଙ୍ଗ ଅନୁସାରେ) ସିଧାସଳଖ ସୁପର ୧୨ ଷ୍ଟେଜକୁ ଯିବେ। ବାକି ୨ଟି ଦଳ ଅନ୍ୟ ୬ଟି ଦଳ ସହ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବେ।

ଏହି ୬ଟି ଦଳ ବିଶ୍ୱକପ୍‌ ପାଇଁ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବେ। ଗ୍ରୁପ୍‌ ପର୍ଯ୍ୟାୟର ୪ଟି ଶ୍ରେଷ୍ଠ ଦଳ ସୁପର ୧୨ ଷ୍ଟେଜ୍‌କୁ ଯିବେ। ଯେଉଁଠି ସେମାନେ ପୂର୍ବରୁ ସୁପର ୧୨ ଷ୍ଟେଜରେ ଥିବା ୮ଟି ଦଳ ସହ ବିଭିନ୍ନ ଗ୍ରୁପ୍‌ରେ ଭାଗ ହୋଇ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ।



from Odisha Reporter http://bit.ly/2BVMiY3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages