କେଶ ଝଡ଼ିବା ଓ ପାଚିବାରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ଏହି ଉପାୟରେ ଲଗାନ୍ତୁ ଭୃସୁଙ୍ଗ ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

କେଶ ଝଡ଼ିବା ଓ ପାଚିବାରୁ ମୁକ୍ତି ଚାହୁଁଛନ୍ତି କି ? ତେବେ ଏହି ଉପାୟରେ ଲଗାନ୍ତୁ ଭୃସୁଙ୍ଗ ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିକାଲି କେଶ ଝଡ଼ିବା ଓ ପାଚିବା ଅନେକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଗଲାଣି। କେଶରେ ପ୍ରଦ୍ୟୁଷଣ, ଶରୀରରେ ପୋଷକତତ୍ତ୍ୱର ଅଭାବ ଓ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ ପ୍ରଡକ୍ଟସ୍‌ ବ୍ୟବହାର ଯୋଗୁ ବୟସ ଥାଉ ଥାଉ କେତେକ ବ୍ୟକ୍ତି ଚନ୍ଦା ମଧ୍ୟ ହୋଇ ଯାଉଛନ୍ତି। ତେବେ ଏମିତି ସମସ୍ୟାର ନିରାକରଣ ପାଇଁପ୍ରାକୃତିକ ପୋଷଣ ମିଳୁଥିବା ଉପଚାର ଉପରେ ଧ୍ୟାନ ଦେବା ଉଚିତ୍‌। ସେଥିରୁ ଗୋଟିଏ ହେଉଛି ଭୃସୁଙ୍ଗ ପତ୍ର । ଯାହାକି ଖାଇବାର  ସ୍ୱାଦକୁ ବଢ଼ାଇଥାଏ। ତେବେ ଚାଲନ୍ତୁ ଜାଣିବା ଭୃସୁଙ୍ଗ ପତ୍ରର ଉପକାରିତା ବିଷୟରେ।

୧- ଭୃସୁଙ୍ଗ ପତ୍ରକୁ କେଶର ଟନିକ୍‌ ଭାବେ ବ୍ୟବହାର କରିପାରିବେ।  କେଶ ପାଇଁ ହେୟାର୍‌ ଟନିକ୍‌ ତିଆରି କରିବା ପାଇଁ  ପ୍ରଥମେ ଏକ ପାତ୍ରରେ କିଛି ଭୃସୁଙ୍ଗ ପତ୍ର ନିଅନ୍ତୁ। ଏହାକୁ ପାଣିରେ ସିଝେଇ ଦିଅନ୍ତୁ। ପାଣି ସବୁଜ ରଙ୍ଗ ହେବା ପର୍ଯ୍ୟନ୍ତ ଏମିତି କରନ୍ତୁ। ଏହି ପାଣିକୁ ସପ୍ତାହରେ ଦୁଇଥର ମୁଣ୍ଡରେ ଲଗାନ୍ତୁ। ଏଥିରେ ଆପଣଙ୍କ କେଶ ମଜଭୁତ୍‌ ହେବା ସହ ଦୁର୍ବଳ କେଶରୁ ମୁକ୍ତି ଦେଇଥାଏ।

୨- ଭୃସୁଙ୍ଗ ପତ୍ରକୁ ହେୟାର୍‌ ମାସ୍କ୍‌ ଭାବେ ବ୍ୟବହାର କରନ୍ତୁ। ଭୃସୁଙ୍ଗ ପତ୍ରରେ ଦହି ଓ ନିମ୍ବକୁ ମିସାଇ ତାକୁ ବାଟି ଦିଅନ୍ତୁ। ପରେ ଏହି ପେଷ୍ଟ୍‌କୁ ହେୟାର୍‌ ମାସ୍କ ପରି ଲଗାଇ ୧୦ରୁ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହା ଶୁଖିବା ପରେ ସାମ୍ପୁ କରିଦିଅନ୍ତୁ।  ଏହା ଛଡ଼ା ଶିକାକାଇର ବ୍ୟବହାକର କରି ମାସ୍କ ତିଆରି କରିପାରିବେ। ଏଥିପାଇଁ ଭୃସୁଙ୍ଗ ପତ୍ରରେ  ଶିକାକାଇ ଓ ଦହି ମିଶାଇ ଏକ ପେଷ୍ଟ୍‌ ତିଆରି କରନ୍ତୁ।ଏହି ପେଷ୍ଟ୍‌କୁ କେଶରେ ମାସ୍କ ପରି ଲଗାନ୍ତୁ।  ଏହା କେଶରେ ମଜଭୁଦ୍‌ ଓ କୋମଳ କରିବାରେ ସାହାଯ୍ୟ କରିଥାଏ।

୪- ଭୃସୁଙ୍ଗ ପତ୍ରର ତେଲ କେଶରେ ଲଗାଇବା ଦ୍ୱାରା କେଶ ଘନ ଓ କୋମଳ ହୋଇଥାଏ। ଭୃସୁଙ୍ଗ ପତ୍ରର ସବୁ ପୋଷକ ତତ୍ତ୍ୱ କେଶ ପାଇଁ ବହୁ ଜରୁରୀ ହୋଇଥାଏ।। ତେଲ ପ୍ରସ୍ତୁତ ପାଇଁ ପ୍ରଥମେ ଭୃସୁଙ୍ଗ ପତ୍ରକୁ ଶୁଖାଇ ଦିଅନ୍ତୁ। ତା’ପରେ ସେହି ପତ୍ରକୁ ନଡ଼ିଆ ତେଲରେ ପକାଇ ୨ରୁ ୩ ମିନିଟ୍‌ ଗରମ କରନ୍ତୁ। ଏହା ଥଣ୍ଡା ହେବା ପରେ ଏହାକୁ  ମୁଣ୍ଡରେ ମାଲିସ୍‌ କରି ୩୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ସାମ୍ପୁ ସାହାଯ୍ୟରେ ଧୋଇ ଦିଅନ୍ତୁ। କେଶରେ ହୋଇଥିବା ପରିବର୍ତ୍ତନ ଆପଣ ନିଜେ ଅନୁଭବ କରିପାରିବେ।



from Odisha Reporter http://bit.ly/2R8Erk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages