‘ବିଜୁ ବାବୁ’ଙ୍କ ଭୂମିକାରେ ଆସିବେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

‘ବିଜୁ ବାବୁ’ଙ୍କ ଭୂମିକାରେ ଆସିବେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିମ୍ବଦନ୍ତୀ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଖୁବ୍‌ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଓଲିଉଡ୍‌ ଫିଲ୍ମ। ଫିଲ୍ମର ନାଁ ରହିଛି ‘ବିଜୁ ବାବୁ’। ଫିଲ୍ମରେ ବିଜୁବାବୁଙ୍କ ଭୂମିକାରେ ଅଭିନୟ କରିବେ ଓଲିଉଡ୍‌ ସୁପରଷ୍ଟାର୍‌ ତଥା ସାଂସଦ ଅନୁଭବ ମହାନ୍ତି। ନିକଟରେ କଟକ ଆନନ୍ଦ ଭବନ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜେ ଅନୁଭବଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ସିନେମାର ପ୍ରଥମ ପୋଷ୍ଟର୍‌ ମଧ୍ୟ ଲୋକାର୍ପଣ ହୋଇଛି। ପୋଷ୍ଟରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ଅନୁଭବଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବିଶାଳ ମୋର୍ଯ୍ୟ ଏବଂ ଦେବୀପ୍ରସାଦ ଲେଙ୍କା। ନୀଳମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରଶାନ୍ତ ବେହେରା ଏହି ଫିଲ୍ମର ମିଳିତ ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମ ଆସନ୍ତା ଏପ୍ରିଲ ୧ ସୁଦ୍ଧା ମୁକ୍ତିଲାଭ କରିବାର ଯୋଜନା ରହିଛି।

ଅନୁଭବଙ୍କ କହିବା ଅନୁଯାୟୀ, ‘ଏହି ଚଳଚ୍ଚିତ୍ରଟି ଓଡ଼ିଆ ସିନେମା ଜଗତର ଏକ ମାଇଲଖୁଣ୍ଟ ହେବ। ନୂତନ ଓଡ଼ିଶାର ନିର୍ମାତା ବିଜୁ ବାବୁଙ୍କ ନାଁରେ ହେଉଥିବା ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିବାରୁ ମୁଁ ବେଶ୍‌ ଗର୍ବ ଅନୁଭବ କରୁଛି।’

ଅନ୍ୟପକ୍ଷେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ବାୟୋପିକ୍‌ ନିର୍ମାଣ କରିବା ବିଜେଡିର ଏକ ଇଲେକ୍ସନ୍‌ ଷ୍ଟ୍ରାଟେଜି ବୋଲି ସାଧାରଣରେ ଆଲୋଚନା ହେଉଛି।



from Odisha Reporter http://bit.ly/2DcMCn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages