
ପାରାଦୀପ(ଓଡ଼ିଶା ରିପୋର୍ଟର):ନିର୍ବାଚନ ନିକଟତର ହେବା ସହିତ ଜନସାଧାରଣଙ୍କ ସୁଖଦୁଃଖରେ ନିରନ୍ତର ସାମିଲ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିପଦ ବଢ଼ିଚାଲିଛି। ବାରମ୍ବାର ସାମ୍ବାଦିକଙ୍କ ସୁରକ୍ଷାନେଇ ପ୍ରଶ୍ନ ଉଠୁଥିବାବେଳେ ଗତ ଏକ ସପ୍ତାହରେ ବାରମ୍ବାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ ଆସୁଛି।
ଏହି କ୍ରମରେ ଆଜି OTVର ପାରାଦୀପ ପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପାରାଦୀପରେ OTV ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ତାଙ୍କ ଉପରେ ଆକ୍ରମଣ କରିଥିବା ଜଣାଯାଇଛି।
ଘଟଣା କିଛି ଏହିପରି। ପାରାଦୀପ ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବିରେ ଆଜିକୁ ୩ ଦିନ ହେଲା ଧାରଣା ଦେଇଥିଲେ। ଆଜି ଖବର ସଂଗ୍ରହ ପାଇଁ ଓଟିଭି ପ୍ରତିନିଧି ଯାଇଥିବାବେଳେ, କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ସାମ୍ବାଦିକଙ୍କ କ୍ୟାମେରା ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି।
ତେବେ ଏଭଳି ଅଭିଯୋଗର ସଂଖ୍ୟା ବଢ଼ୁଥିଲେ ମଧ୍ୟ, କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକିଥିବାବେଳେ ଏବେଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଏହା ବଡ଼ ବିପଦ ପାଲଟିବ ବୋଲି ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2sYcwVL
No comments:
Post a Comment