ନକ୍ସଲଙ୍କ ତାଣ୍ଡବ: ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ ଜାଳିଦେଲେ, କର୍ମଚାରୀଙ୍କୁ ଛେଚିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ନକ୍ସଲଙ୍କ ତାଣ୍ଡବ: ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ ଜାଳିଦେଲେ, କର୍ମଚାରୀଙ୍କୁ ଛେଚିଲେ

bus

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମୁଣ୍ଡାଗୁଡ଼ାରେ ନକ୍ସଲମାନେ ଏକ ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ଏକ ଯାତ୍ରୀବାହୀ ବସ୍‌କୁ ଜାଳି ଦେଇଛନ୍ତି।

bus1ଗତକାଲି ରାତିରେ ୨୦ରୁ ୩୦ ଜଣ ସଶସ୍ତ୍ର ମାଓବାଦୀ ମହୁପଦରରୁ ମୋଟୁ ଯାଉଥିବା ଏହି ଯାତ୍ରୀବାହୀ ବସ୍‌କୁ ମୁଣ୍ଡାଗୁଡ଼ା ନିକଟରେ ଅଟକାଇଥିଲେ। ସେମାନେ ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ।

ନକ୍ସଲମାନେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିର୍ଧୂମ ପିଟିଥିଲେ। ପ୍ରତିବାଦ ସପ୍ତାହ (ନକ୍ସଲଙ୍କର) ଚାଲିଥିବା ବେଳେ କାହିଁକି ବସ୍‌ ଆଣିଲ ବୋଲି କହି ସେମାନେ ବସ୍‌ କର୍ମଚାରୀଙ୍କୁ ପିଟିଥିଲେ। ଏହାସହ ସେମାନେ ବସ୍‌କର୍ମଚାରୀଙ୍କ ମୋବାଇଲ ନେଇଯାଇଥିଲେ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।



from Odisha Reporter http://bit.ly/2B7A0MH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages