ଏଣିକି ଫିଲ୍ମ ନିର୍ମାଣ କରିବେ ଓଲିଉଡ୍‌ର ଏହି ୩ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ଏଣିକି ଫିଲ୍ମ ନିର୍ମାଣ କରିବେ ଓଲିଉଡ୍‌ର ଏହି ୩ ଅଭିନେତା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅଭିନୟରେ ସଫଳତା ପାଇବା ପରେ ଏବେ ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଓଲିଉଡ୍‌ର ୩ ଅଭିନେତା। ଅଭିନେତା ସମରେଶ୍‌ ରାଉତରାୟ, ଦୁର୍ଗା ଶଙ୍କର ଦାଶ ଓରଫ୍‌ ବୁଲୁ ଏବଂ ସମ୍ବିତ୍‌ ଆଚାର୍ଯ୍ୟ ଏବେ ନିଜ ନିଜ ପ୍ରଡକ୍ସନ୍ସ ହାଉସ୍‌ ଜରିଆରେ ଏକାଠି ଫିଲ୍ମ୍‌, ଧାରାବାହିକ, ୱେବ୍‌ସିରିଜ୍‌ ଓ ଅନ୍‌ଲାଇନ୍‌ ଭିଡିଓ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମରେଶ୍‌ ରାଉତରାୟଙ୍କ ‘ଏସ୍‌୩ ମୁଭଜ୍‌’, ସମ୍ବିତ୍‌ଙ୍କ ‘ଲାବଣ୍ୟ ପିକ୍‌ଚର୍ସ’ ଏବଂ ବୁଲୁଙ୍କ ‘ଡିକେଏଫ୍‌’ ଏକାଠି ୨ଟି ଚଳଚ୍ଚିଚ୍ର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ଫିଲ୍ମ ଦୁଇଟି ହେଉଛି ‘ଆୱାରା ଦିଲ୍‌’ ଏବଂ ‘ଟିକେ ଲଭ୍‌ ଟିକେ ଟ୍ୱିଷ୍ଟ’।  ସମରେଶ୍ ରାଉତ୍‌ରାୟଙ୍କ ନିବେଦିତ ‘ଆୱାରା ଦିଲ୍’ ଫିଲ୍ମର ନିର୍ଦ୍ଦେଶନା ସୁଧାକର ବସନ୍ତ ଦେବେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର।

ସେହିପରି ‘ଟିକେ ଲଭ୍‌ ଟିକେ ଟ୍ୱିଷ୍ଟ’ର ନିର୍ଦ୍ଦେଶନା ଦେଉଛନ୍ତି ଏସ୍‌.କେ ମୂରଲୀଧରନ୍‌। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ୍‌ ଆନନ୍ଦ। ଏହି ଦୁଇଟି ଫିଲ୍ମରେ ମୁଖ୍ୟ ନାୟକ ଭାବେ ସମ୍ବିତ୍‌ ଏବଂ ମୁଖ୍ୟ ନାୟିକା ଭାବେ ପୁନମ୍‌ ରହିଛନ୍ତି।

ଦୁଇଟି ଯାକ ଫିଲ୍ମର ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିବା ବେଳେ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ।

ଏହି ୩ଟି ପ୍ରଡକ୍ସନ୍‌ ହାଉସ୍‌ ମ୍ୟୁଜିକ୍‌ ଭିଡିଓ ସହ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିବେ।



from Odisha Reporter http://bit.ly/2MvVpUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages