
ମୁମ୍ବାଇ: ଅଭିନେତା ଭିକ୍କି କୌଶଲଙ୍କ ପାଇଁ ବିଦାୟୀ ୨୦୧୮ ବେଶ୍ ଭଲ ରହିଥିଲା। ଲିଡ୍ ହେଉ କି ସପୋର୍ଟିଂ ରୋଲ୍, ସବୁଥିରେ ଦମ୍ଦାର୍ ଅଭିନୟ ପାଇଁ ତାଙ୍କୁ ଚାରିଆଡ଼ୁ ଢେର୍ ପ୍ରଶଂସା ମିଳିଛି।
ଫିଲ୍ମ ‘ଉରି ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ଜରିଆରେ ୨୦୧୯ରେ ମଧ୍ୟ ଭିକ୍କିଙ୍କୁ ଧମାକାଦାର ଏଣ୍ଟ୍ରି ମିଳି ସାରିଛି। ଏବେ ତାଙ୍କ ଆଗାମୀ ଫିଲ୍ମ ହେଉଛି କରନ୍ ଜୋହର୍ ନିର୍ଦ୍ଦେଶିତ ‘ତଖ୍ତ’। ଏହା ଏକ ମଲ୍ଟିଷ୍ଟାରର୍ ଫିଲ୍ମ। ଏଥିରେ ଭିକ୍କିଙ୍କ ସହ ଭୂମି ପେଡନେକର୍ ନଜର ଆସିବେ। ତେବେ ସୂଚନା ଅନୁଯାୟୀ, ଫିଲ୍ମ ‘ତଖ୍ତ’ ପୂର୍ବରୁ ଭିକ୍କି ଓ ଭୂମିଙ୍କର ଆଉ ଏକ ଫିଲ୍ମ ରିଲିଜ୍ ହେବ। ଏହା ଏକ ହରର୍ ଫିଲ୍ମ ବୋଲି ଶୁଣାଯାଉଛି। ଫିଲ୍ମ ‘ଉରି’ର ପ୍ରମୋସନ୍ ସହ ଭିକ୍କି ଗତ ଏକ ମାସ ହେବ ଏହି ଫିଲ୍ମର ଶୁଟିଂ ବି କରିଆସୁଛନ୍ତି।

ତେବେ ଏହି ହରର୍ ଫିଲ୍ମର ଟାଇଟଲ୍ ଏବେ ଯାଏ ସ୍ଥିର ହୋଇନାହିଁ। ଫିଲ୍ମର ନିର୍ମାଣ କରନ୍ ଜୋହରଙ୍କ ପ୍ରଡକ୍ସନ ହାଉସ୍ କରୁଛି। ଭିକ୍କି ଓ ଭୂମି ଏଥିରେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ଫିଲ୍ମ୍ର କାହାଣୀ ଏକ ଜାହାଜରୁ ଆରମ୍ଭ ହେବ। ଏହା ଭିକ୍କିଙ୍କ କ୍ୟାରିୟର୍ର ପ୍ରଥମ ହରର୍ ଫିଲ୍ମ ହେବ। ଖବର ମୁତାବକ, ଏହି ଫିଲ୍ମର ନିର୍ଦ୍ଦେଶନା, ‘ଧଡ଼କ୍’ ଫିଲ୍ମର ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍ ଦେଉଛନ୍ତି।
ଭିକ୍କି କୌଶଲ୍ଙ୍କ ଫିଲ୍ମ ‘ଉରି ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରିବାରେ ଲାଗିଛି। କୁହାଯାଉଛି, ଫିଲ୍ମ ମାତ୍ର ୧୦ ଦିନ ଭିତରେ ହିଁ ୧୦୦ କୋଟି କ୍ଲବରେ ସାମିଲ୍ ହୋଇଯିବ।
ଅନ୍ୟପକ୍ଷରେ କରନ୍ ଜୋହର୍ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍ତ’ ଚଳିତ ବର୍ଷର ଶେଷ କିମ୍ବା ୨୦୨୦ର ଆରମ୍ଭରେ ରିଲିଜ୍ ହେବ। ଫିଲ୍ମରେ ଭିକ୍କି ଓ ଭୂମିଙ୍କ ବ୍ୟତୀତ ରଣବୀର୍ ସିଂହ, ଆଲିଆ ଭଟ୍ଟ ଓ କରୀନା କପୁର୍ ଖାନ୍ ମଧ୍ୟ ନଜର ଆସିବେ।
from Odisha Reporter http://bit.ly/2Cy27V0
No comments:
Post a Comment