ଖଣ୍ଡପଡ଼ାରେ ବ୍ୟାପୁଛି ଫାଟୁଆ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ଖଣ୍ଡପଡ଼ାରେ ବ୍ୟାପୁଛି ଫାଟୁଆ ରୋଗ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ନୟାଗଡ଼ ଖଣ୍ଡପଡ଼ାରେ ଗାଈଗୋରୁଙ୍କ ମଧ୍ୟରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି। ୫୦ରୁ ଊର୍ଦ୍ଧ୍ୱ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏପରିକି କିଛି ଗାଈ ମୃତ୍ୟୁବରଣ କରିଥିବା ଓ କିଛି ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି।

ତେବେ ଫାଟୁଆ ବ୍ୟାପିବାରେ ଲାଗିଥିବା ବେଳେ ଅଞ୍ଚଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ ଗୋରୁଙ୍କ ଚିକିତ୍ସା କରାଯାଇ ପାରୁ ନଥିବା ଗ୍ରାମବାସୀ କହିଛନ୍ତି। ଗୋରୁଙ୍କୁ ଫାଟୁଆ ରୋଗରୁ ରକ୍ଷା କରିବା ପାଇଁ ସରକାର ପକ୍ଷରୁ ଟୀକାଦାନର ବ୍ୟବସ୍ଥା ରହିଛି। ମାତ୍ର ଠିକ୍ ସମୟରେ ଟୀକାକରଣ କରାଯାଇ ନଥିବାରୁ ଏହି ଫାଟୁଆ ରୋଗ ଖଣ୍ଡପଡ଼ା ଅଞ୍ଚଳରେ ବ୍ୟାପିବାରେ ଲାଗିଛି।

ଅନ୍ୟପକ୍ଷରେ ପ୍ରଶାସନର ନିରବତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଚିକିତ୍ସା ଟିମ୍‌ ଗାଁରେ ପହଞ୍ଚି ନଥିବାରୁ ବାଧ୍ୟହୋଇ ଅଙ୍ଗାର, କର୍ପୁର ଆଦି ବ୍ୟବହାର କରି ଗୋରୁଙ୍କ ଚିକିତ୍ସା କରାଯାଉଥିବା ଓ ମହିଳାମାନେ ନିକଟସ୍ଥ ଦେବାଦେବୀଙ୍କ ପାଖରେ ସେମାନଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରୁଥିବା ଗାଁ ଲୋକେ କହିଛନ୍ତି।

ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter http://bit.ly/2RRoQG7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages