ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ନେଇ କେଁ ବାହାରିଲାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ନେଇ କେଁ ବାହାରିଲାଣି

jagannathtemple

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଉଦ୍ୟମ କରିଛି, ତାକୁ ନେଇ ଆରମ୍ଭରୁ କେଁ ଦେଖା ଦେଲାଣି। ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହାକୁ ନେଇ କିଛି ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସେବାୟତ ରଜତ କୁମାର ପ୍ରତିହାରୀ କହିଛନ୍ତି, “ନୀତିକାନ୍ତି ଶୃଙ୍ଖଳିତ ହେବା ଦରକାର। ଏହା ଠିକ୍ କଥା। କିନ୍ତୁ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଏକତରଫା ଭାବେ ନିଆଯାଇଛି। ଏ ସଂପର୍କରେ ସବୁ ସେବାୟତଙ୍କ ସହିତ ଆଲୋଚନା କରାଯାଇ ନାହିଁ। ତା’ଛଡ଼ା ସେବାୟତମାନେ ଜାଣିଶୁଣି ନୀତି ବିଳମ୍ବ କରୁ ନାହାନ୍ତି। ସମୟ ସମୟରେ ନୀତିକାନ୍ତିରେ ବ୍ୟତିକ୍ରମ ହୋଇଥାଏ। ସମସ୍ତଙ୍କ ସହିତ ଆଲୋଚନା କରାଯାଇ ହିଁ କିଛି ନିଷ୍ପତ୍ତି ନେବା ଉଚିତ୍‌।”

ଗତକାଲି ନିଷ୍ପତ୍ତି ହୋଇଥିଲା ଯେ, କୌଣସି ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ୨୫ ପ୍ରତିଶତ, ୩୦ ମିନିଟ୍ ବିଳମ୍ବ କଲେ ୫୦ ପ୍ରତିଶତ ଓ ୧ ଘଣ୍ଟା ବିଳମ୍ବ କଲେ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା କଟାଯିବ। ଏହାସହ ନୀତିରେ କ୍ରମାଗତ ତିନି ଥର ବିଳମ୍ବ କରିଥିବା ଏବଂ ଜାଣିଶୁଣି ଥରେ ନୀତି ବିଳମ୍ବ କଲେ ବି ସଂପୃକ୍ତ ସେବାୟତଙ୍କୁ ଶାଢ଼ି ବନ୍ଧାରୁ ନିବୃତ୍ତ କରାଯିବା ସହ ସେବାରୁ ଅନ୍ତର କରି ଦିଆଯିବ।



from Odisha Reporter http://bit.ly/2Ga6l8K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages