କେଉଁ ଆଙ୍ଗୁଳିରେ ତିଳକ ଲଗାଇଲେ କେଉଁ ଲାଭ ମିଳିବ, ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

କେଉଁ ଆଙ୍ଗୁଳିରେ ତିଳକ ଲଗାଇଲେ କେଉଁ ଲାଭ ମିଳିବ, ଜାଣିଛନ୍ତି ?

tilak

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚନ୍ଦନ ବା ତିଳକ ଲଗାଇବା ଆମ ହିନ୍ଦୁ ଧର୍ମର ଏକ ପରମ୍ପରା। ସାଧାରଣତଃ ପୂଜା ପରେ, କେଉଁ ଶୁଭ କାମ କରିବା ପୂର୍ବରୁ ଓ କେଉଁ ଶୁଭ କାମରେ ବାହାରକୁ ଯିବା ସମୟରେ ମଥାରେ ଟୀକା ଲଗାଯାଇଥାଏ। ଶାସ୍ତ୍ର ଅନୁସାରେ ଟୀକା ସବୁବେଳେ ଭ୍ରୁଲତା ମଝିରେ ଥିବା ଆଜ୍ଞା ଚକ୍ରରେ ଲଗାଇବା କଥା। ମଥାରେ ଚନ୍ଦନ କିମ୍ବା କୁମ୍‌କୁମ୍‌ ଲଗାଇବା ଶୁଭ।

ଏହାଛଡ଼ା ହଳଦୀ କୁମ୍‌କୁମ୍‌ର ତିଳକ ସବୁଠାରୁ ଶୁଭ ବୋଲି କୁହାଯାଏ। ପୁରୁଷମାନେ ମଥାରେ ଚନ୍ଦନ ଓ ମହିଳାମାନେ ମଥାରେ କୁମ୍‌କୁମ୍‌ ଲଗାଇବା ଆବଶ୍ୟକ।

କୁହାଯାଏ ଟୀକା ନ ଲଗାଇ ତୀର୍ଥ ସ୍ନାନ, ଜପକର୍ମ, ଦାନକର୍ମ, ଯଜ୍ଞ, ହୋମ, ପିତୃପୁରଷଙ୍କୁ ଶ୍ରାଦ୍ଧ କର୍ମ, ପୂଜା ଅର୍ଚ୍ଚନା ଏହି ସବୁ କର୍ମ ନିଷ୍ଫଳ ହୋଇଥାଏ।
ଅନେକ ଲୋକ ଏମିତି ବି ଭାବନ୍ତି ଯେ, ଟୀକା କାହିଁକି ଲଗାଯାଏ। ଆଉ କେଉଁ ଆଙ୍ଗୁଳିରେ ଟୀକା ଲଗାଇଲେ କେଉଁ ଲାଭ ମିଳିଥାଏ। ସେଥିପାଇଁ ଦ୍ୱନ୍ଦ୍ବରେ ଥଆନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଆଙ୍ଗୁଳିରେ ଟୀକା ଲଗାଇଲେ କ’ଣ ହୋଇଥାଏ।

tilak3ବୁଢ଼ା ଆଙ୍ଗୁଳି: ଏହି ଆଙ୍ଗୁଳିରେ ଟୀକା ଲଗାଇବା ଦ୍ୱାରା ଲୋକଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ିଥାଏ। ଏହା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନକରୀ ଚିହ୍ନ ବୋଲି ମଧ୍ୟ କୁହାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୁଢ଼ା ଆଙ୍ଗୁଠିକୁ ଶୁକ୍ର ଗ୍ରହ ସହ ଯୋଡ଼ି ଦିଆଯାଇଛି। ଶୁକ୍ରଗ୍ରହ ସଂସାରର ଜୀବନ ଶକ୍ତିର ପ୍ରତୀକ। ସେଥିପାଇଁ ଏହି ଆଙ୍ଗୁଠିରେ ଟୀକା ଲଗାଇବା ଦ୍ୱାରା ଆରୋଗ୍ୟ ଓ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ତର୍ଜନୀ: ଏହି ଆଙ୍ଗୁଳି ବୁଢ଼ା ଆଙ୍ଗୁଳିର ପାଖ ଆଙ୍ଗୁଳି। ବେଦ ଅନୁଯାୟୀ ତର୍ଜନୀ ଆଙ୍ଗୁଳିରେ ଟୀକା ଲଗାଇବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୁଏ।

ମଧ୍ୟମା: ଏହା ଆଙ୍ଗୁଳି ମଧ୍ୟରେ ଥିବା ସବୁଠୁ ମଝି ଆଙ୍ଗୁଳି। ଯାହାକୁ ମିଡିଲ୍‌ ଫିଙ୍ଗର୍‌ କୁହାଯାଏ। ମାନ୍ୟତା ଅନୁଯାୟୀ ଏହି ଆଙ୍ଗୁଳିରେ ଟୀକା ଲଗେଇବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ।

ଅନାମିକା: ଏହି ଆଙ୍ଗୁଳି ମଧ୍ୟମା ଆଙ୍ଗୁଳି ପରେ ଆସେ। କୁହାଯାଏ ଏହି ଆଙ୍ଗୁଳିରେ ଟୀକା ଲଗାଇବା ଦ୍ୱାରା ଜୀବନରେ ଶାନ୍ତି ଆସିଥାଏ। ମନ ଶାନ୍ତ ରହିଥାଏ। ଏହା ସହ ଯଶ ପ୍ରାପ୍ତି ହୋଇଥାଏ।



from Odisha Reporter http://bit.ly/2RTEqRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages